ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ଦାନ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ: ମୁଖ୍ୟ ନିର୍ବାଚନ ଅଧିକାରୀ

କେନ୍ୟୁଜ୍(ବ୍ୟୁରୋ):  ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ପ୍ରସ୍ତତି ଓ ପଦକ୍ଷେପ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭୋଟରଙ୍କ ସୁବିଧା ପାଇଁ ବୁଥ୍‌ ସଂଖ୍ୟା ବଢାଯାଇଛି । ପୁଲିଂ ବୁଥ୍‌ ଗୁଡିକ ସାନିଟାଇଜ କରାଯାଇଛି । ପ୍ରତ୍ୟେକ ବୁଥରେ ଏକହଜାର ଭୋଟର ମତଦାନ କରିପାରିବେ । ସାମାଜିକ ଦୂରତା ରଖି ଭୋଟରମାନେ ଭୋଟ ଦେବେ। ସମସ୍ତ ମତଦାନ କେନ୍ଦ୍ରରେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହିବେ। ଭୋଟ ପାଇଁ ୧୧ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ପରିଚୟ ପତ୍ର ବ୍ୟବହାର କରିପାରିବେ।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସବୁ ଭୋଟରଙ୍କୁ ମତଦାନ କେନ୍ଦ୍ରରେ ଗ୍ଲୋବସ୍‌ ଦିଆଯିବ। ଭୋଟ ଦାନ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ଯେଉଁ ଭୋଟରଙ୍କ ତାପମାତ୍ରା ଅଧିକ ରହିବ, ସେମାନଙ୍କୁ ଟୋକନ ଦିଆଯିବ। ସେମାନେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ମିଶିବେ ନାହିଁ। ଶେଷରେ ସେମାନେ ଭୋଟ ଦେଇପାରିବେ ।

Leave A Reply

Your email address will not be published.