ହାଇଭୋଲଟେଜ୍‌ କ୍ୟାମ୍ପେନିଂରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ, ଆସନ୍ତାକାଲି ସରିବ ପ୍ରଚାର

ଭୁବନେଶ୍ବର: ହାଇଭୋଲଟେଜ୍‌ କ୍ୟାମ୍ପେନିଂରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ ବ୍ୟାଟଲ ଗ୍ରାଉଣ୍ଡ । ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର । ତେଣୁ ଜୋରସୋର ପ୍ରଚାରରେ ଲାଗିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ । ବାଇକ୍‌ ରାଲି, ପଦଯାତ୍ରା, କର୍ମୀ ସମ୍ମିଳନୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ନେତା ।

ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଲୋଡୁଛନ୍ତି ଜନ ସମର୍ଥନ । ନବୀନଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ବିକାଶ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଉଛି ବିଜେଡି । ସେହିପରି କେନ୍ଦ୍ର ସରକାରଙ୍କ ସଫଳତାକୁ ପ୍ରସଙ୍ଗ କରି ଲଢୁଛି ବିଜେପି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ ଚଳାଇଛନ୍ତି ବରିଷ୍ଠ ନେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.