ବାଲେଶ୍ଵର ପୁଅ ମାଲେସିଆ ଗସ୍ତରେ, ଯୁଡୋ ଖେଳାଳୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲା ପ୍ରଶାସନ

ବାଲେଶ୍ଵର : ଛୋଟ ବେଳୁ ନା କହି ପାରୁଛନ୍ତି ନା ଶୁଣି ପାରନ୍ତି । କିନ୍ତୁ ସେ ଖେଳ କୁଦରେ ସେ ପାରଙ୍ଗମ । ଆଉ ଯୁଡୋରେ ଧୁରନ୍ଧର । ସମ୍ବିଦ ଛୋଟ ବେଳୁ ଦିବ୍ୟାଙ୍ଗ । ଦୃଢ଼ ମନୋବଳ ଓ ଆଗ୍ରହ ସତ୍ତ୍ୱେ ପାଚେରୀ ହୋଇ ଛିଡା ହୋଇଥିଲା ଆର୍ଥିକ ଅନଟନ । ଆଜି ପରିବାରର ଚେଷ୍ଟା ଓ ପ୍ରଶାସନର ସହଯୋଗରେ ସେ ମାଲେସିଆରେ ଆୟୋଜିତ ଯୁଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ବାହାରିଛନ୍ତି । ସମ୍ବିଦ ବର୍ତ୍ତମାନ ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଲେସିଆ କ୍ୱାଲାଲାମପୁର ଠାରେ ଆୟୋଜିତ ଜୁଡ଼ୋ ପ୍ରତିଯୋଗିତା ଅଂଶ ଗ୍ରହଣ କରିବେ ।

ଏଥିରେ ଓଡ଼ିଶାରୁ ଏକମାତ୍ର ଖେଳାଳୀ ଭାବେ ଯୋଗଦେବା ପାଇଁ ବାହାନଗା ଅଂଚଳର ସମ୍ବିଦ୍ ଦାସ ଜଣେ ଉଦୀୟମାନ ଦିବ୍ୟାଙ୍ଗ ଜୁଡ଼ୋ କ୍ରୀଡ଼ାବିତ୍ ଭାବରେ ମନୋନୀତ ହୋଇଛନ୍ତି । ତେବେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ୱଛଳତା ନ ଥିବା କାରଣରୁ ସମ୍ବିଦ ତାଙ୍କ ପିତାମାତା ଏବଂ ଜିଲ୍ଲା ବଧିର ସଂଗଠନ ପକ୍ଷରୁ ପ୍ରଶାସନକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ସମ୍ବିଦଙ୍କୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାସହ ବିପୁଳ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ତାଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ମଧ୍ୟ ସମ୍ବିଦ୍ ଙ୍କୁ ୧୫ ହଜାର ଟଙ୍କାର ଆର୍ଥକ ସହାୟତା ପ୍ରଦାନ କରାଯାଇଛି । ସମ୍ବିଦଙ୍କ ବାପା ସିତା ନାଥ ଦାସ ଜଣେ ଘରୋଇ କମ୍ପାନୀ ରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ମାଆ ମାଳତୀ ଜଣେ ଗୃହିଣୀ । ପୁଣି ଘରେ ଅଛନ୍ତି ସମ୍ବିଦଙ୍କ ସାନଭାଇ ଓ ଭଉଣୀ ସ୍ୱଳ୍ପ ଆୟ ରେ ପରିବାର ଓ କୁଟୁମ୍ବ ଙ୍କୁ ସମ୍ଭାଳିବା ସହ ପୁଅର ପ୍ରତିଭା ଆର୍ଥିକ ଅନଟନ ମଧ୍ୟରେ ଅଟକି ଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ ପରେ ବର୍ତମାନ ସେ ଦିଲ୍ଲୀ ଗସ୍ତ କରିଛନ୍ତି । ପୁଅର ଗସ୍ତ ପାଇଁ ପାଖାପାଖି ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୋଡ଼ା ହେଉଛି । ପୁଅର ଅର୍ଥ ଆବଶ୍ୟକକୁ ଦୃଷ୍ଟିରେ ରଖି ବାପା ମା ବିଭିନ୍ନ ସ୍ଥାନରୁ ଅର୍ଥ ଯୋଗାଡ଼ କରିଛନ୍ତି ।

 

You might also like