ବାଲେଶ୍ୱର ଜିଲ୍ଲାରେ ରହିଛି ୩ଟି ସାମୁଦ୍ରିକ ଥାନା, ହେଲେ ଆବଶ୍ୟକ ସରଞ୍ଜାମ ଓ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ

ବାଲେଶ୍ୱର(କେନ୍ୟୁଜ୍): ସମୁଦ୍ର ପଟୁ ଥିବା ବିପଦର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାରେ ୩ଟି ସାମୁଦ୍ରିକ ଥାନା ରହିଛି। ୨୦୦୯ରେ ତାଳସାରି ଓ ୨୦୧୪ରେ ବାହାବଳପୁର ଓ ବଳରାମଗଡିରେ ପ୍ରତିଷ୍ଠା ହୋଇଥିଲା ସାମୁଦ୍ରିକ ଥାନା। ଏହି ତିନିଟି ଥାନାରେ ନାହିଁ ଆବଶ୍ୟକ ସରଞ୍ଜାମ ଓ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ। ଦୈନିକ ପାଟ୍ରୋଲିଂ ମଧ୍ୟ ହୋଇପାରୁନାହିାଁ ଏଭଳି ସ୍ଥିତିରେ ବାଲେଶ୍ୱରରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନର କିପରି ସୁରକ୍ଷା ହୋଇ ପାରିବ। ସମୁଦ୍ର ପଥରୁ ଅନୁପ୍ରବେଶ କିପରି ରୋକି ହେବ।

ତାଳସାରିଠାରୁ ଭଦ୍ରକ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ୩ଟି ବୋଟ ରହିଛି। ମାନବ ସମ୍ବଳ ଅଭାବରୁ ଠିକ୍‌ରେ ପାଟ୍ରୋଲିଂ ହୋଇପାରୁନାିହଁ । ତାଳସାରି ସାମୁଦ୍ରିକ ଥାନାରେ ୮୨ ଜଣ କର୍ମଚାରୀଙ୍କ ଆବଶ୍ୟକ। ଅଛନ୍ତି ମାତ୍ର ୧୮ ଜଣ । ବାହାବଳପୁର ସାମୁଦ୍ରିକ ଥାନାରେ ୯୬ ଜଣ କର୍ମଚାରୀଙ୍କ ଆବଶ୍ୟକତା ଥିବାବେଳେ ଜଣେ ଇନ୍‌ସ୍ପେକ୍ଟରଙ୍କୁ ମିଶାଇ ଅଛନ୍ତି ମାତ୍ର ୯ ଜଣ । ବଳରାମଗଡିରେ ମଧ୍ୟ ୯୬ କର୍ମଚାରୀ ଆବଶ୍ୟକ ଥିବା ବେଳେ ଏଏସ୍‌ଆଇଙ୍କୁ ମିଶାଇ ଅଛନ୍ତି ୯ ଜଣ।

ଓଡ଼ିଶାରେ ୪୮୦ କିଲୋମିଟିର ସମୁଦ୍ରକୂଳ ଅଂଚଳ। ଆତଙ୍କି କାର୍ଯ୍ୟକଳାପ ଓ ଶତ୍ରୁ ରାଷ୍ଟ୍ରର ଅନୁପ୍ରବେଶ ଉପରେ ନଜର ରଖିବା ସାମୁଦ୍ରିକ ଥାନାର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ମାନବସମ୍ବଳ ଅଭାବ ବଡ଼ ପ୍ରତିବନ୍ଧକ ସାଜିଛି।