ଆଜି ବାଲେଶ୍ଵର ପାଳୁଛି ବୀର ଶହୀଦ ବାଘା ଯତୀନ ଙ୍କ ୧୦୯ ତମ ବଳିଦାନ ଦିବସ

ବାଲେଶ୍ଵର : ବୀର ଶହୀଦ ବାଘା ଯତୀନଙ୍କ ଆଜି ହେଉଛି ପୁଣ୍ୟ ତିଥି । ଆଜି ଅର୍ଥାତ ୧୯୧୫ ମସିହା ୧୦ ତାରିଖରେ ଵାଘା ଯତୀନ ତତ୍କାଳିନ ବାଲେଶ୍ଵର ମିଲିଟାରୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସହିଦ୍ ବାଘା ଯତୀନ ଏବଂ ତାଙ୍କର ୪ ଜଣ ସାଙ୍ଗ ବ୍ରିଟିଶ ସହ ସମ୍ମୁଖ ଯୁଦ୍ଧରେ ନିଜ ଜୀବନକୁ ଦେଶ ମାତୃକାର ସେବା ଜଳାଞ୍ଜଳି ଦେଇଥିବା ବେଳେ ସେହି ମହାନ ଆତ୍ମାଙ୍କର ବଳିଦାନ କୁ ସ୍ମରଣୀୟ କରିବା ପାଇଁ ବାଲେଶ୍ଵର ରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି ସ୍ମୃତି ଦିବସ ।

ଆଜି ବାଲେଶ୍ଵର ପାଳୁଛି ବୀର ଶହୀଦ ବାଘା ଯତୀନ ଙ୍କ ୧୦୯ ତମ ବଳିଦାନ ଦିବସ। ଆଜି ଅର୍ଥାତ ୧୯୧୫ ମସିହା ସେପ୍ଟେମ୍ବର ୧୦ ତାରିଖରେ ସହିଦ୍ ବାଘା ଯତୀନ ତତ୍କାଳିନ ମିଲିଟାରୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୧୯୧୫ ମସିହାର ଘଟଣା। ଯତୀନ୍ଦ୍ରନାଥ ମୁଖାର୍ଜୀ ଓରଫ୍‌ ବୀର ବାଘାଯତୀନ, ଜତୀଶ ପାଲ, ଚିତ୍ତପ୍ରାୟ ରାୟ ଚୌଧୁରୀ, ମନୋରଞ୍ଜନ ସେନଗୁପ୍ତ, ନରେନ୍ଦ୍ର ନାଥ ଦାସଗୁପ୍ତଙ୍କ ବନ୍ଦେ ମାତରମ୍‌ କ୍ରାନ୍ତିକାରୀ ଦଳ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ହଟାଇବା ପାଇଁ ଆଗକୁ ମାଡ଼ି ଚାଲିଥିଲେ। ଏହାର ନେତୃତ୍ୱ ନେଉଥିଲେ ଯତୀନ୍ଦ୍ରନାଥ ମୁଖାର୍ଜୀ ଓରଫ ବୀର ବାଘାଜତୀନ। ସେତେବେଳେ କ୍ରାନ୍ତିକାରୀ ଦଳ ପଶ୍ଚିମବଙ୍ଗରେ ବ୍ରିଟିଶ ସରକାରର ନିଦ ହଜେଇ ଦେଇଥିଲେ। ଏହି ସଂଗ୍ରାମୀ ମାନେ ବାଘାଯତୀନ ଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଆଗେଇ ନେଉଥିଲେ। ଏମାନେ ପଶ୍ଚିମବଙ୍ଗରୁ ଆସି ଓଡ଼ିଶାର ମୟୂରଭଞ୍ଜର କପ୍ତିପଦା ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖରେ ସେମାନେ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ବାଲେଶ୍ୱର ଚଷାଖଣ୍ଡ ଅଭିମୁଖେ ବାହାରୁଥିବା ସମୟରେ ବ୍ରିଟିଶ ପୁଲିସ୍‌ ଜାଣିପାରିଥିଲା।

ତାପରେ ଅର୍ଥାତ ସେପ୍ଟେମ୍ବର ୧୦ରେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ଚଷାଖଣ୍ଡରେ ଥିବା ଦେଶୁଆଁ ପୋଖରୀ ନିକଟରେ ସେମାନଙ୍କୁ ବ୍ରିଟିଶ ପୁଲିସ୍‌ ଘେରି ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଗୁଳି ବିନିମୟ। ଦୀର୍ଘ ସମୟ ଧରି ଚାଲିଥିଲା ଏହି ରକ୍ତାକ୍ତ ସଂଘର୍ଷ। ଶେଷରେ ସେଠାରେ ସଂଗ୍ରାମୀ ଚିତ୍ତପ୍ରାୟ ରାୟ ଚୌଧୁରୀ ସହିଦ ହୋଇଯାଇଥିଲେ। ବୀର ବାଘାଯତୀନ ବ୍ରିଟିଶଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ। ସେହିଦିନ ତାଙ୍କୁ ବାଲେଶ୍ୱର ବାରବାଟୀରେ ଥିବା ମିଲିଟାରୀ ହାସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନିଜ ଦେହରୁ ବ୍ୟାଣ୍ଡେଜ୍ ଓ ସାଲାଇନ ଖୋଲି ଦେଇଥିଲେ ବ୍ରିଟିଶ ଔଷଧ କିମ୍ବା ସାମଗ୍ରୀକୁ ନ ଗ୍ରହଣ କରିବା ଉଦ୍ଦେଶ୍ୟରେ ଖୋଲିଦେଇଥିଲେ । ପରେ ଶରୀରରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ସହିଦ୍‌ ହୋଇଯାଇଥିଲେ ବୀର ବାଘାଯତୀନ। ଅନ୍ୟ ଦୁଇ ଜଣ ସଂଗ୍ରାମୀଙ୍କୁ ବାଲେଶ୍ୱର ଜେଲରେ ଫାଶୀ ଦିଆଯାଇଥିବା ବେଳେ ଜଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ଆଣ୍ଡାମାନ ଜେଲ୍‌କୁ ପଠାଇ ଦିଆଯାଇଥିଲା। ପରେ ବ୍ରହ୍ମପୁର ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଶହୀଦ ବାଘା ଯତୀନ ଅନ୍ତେ ଦେଶୁଆଁ ପୋଖରୀ ନିକଟରେ ଏହି ଅଞ୍ଚଳକୁ ରକ୍ତ ତୀର୍ଥ ନାମରେ ପରିଚୟ ମିଳିଥିବା ବେଳେ ତତ୍କାଳିନ ମିଲିଟାରୀ ହସ୍ପିଟାଲ ଆଜିର ବାଘା ଯତୀନ ବାଳିକା ଉଚ୍ଚ ବିଦ୍ୟାଳୟ ନାମରେ ପରିଚୟ ପାଇଥିବା ବେଳେ ଉଭୟ ସ୍ଥାନରେ ସ୍ମୃତି ରକ୍ଷା ପାଇଁ ବଳିଦାନ ଦିବସ ପାଳିତ ହୁଏ ।

ଆଜି ଏହି ଅବସରରେ ଉଭୟ ସ୍ଥାନରେ ବୀର ଶହୀଦ ବାଘା ଯତୀନ ଙ୍କ ବଳିଦାନ ଦିବସ କୁ ପାଳନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସହିଦ ବାଘାଯତୀନ ଙ୍କ 109 ତମ ପୁଣ୍ୟ ତିଥି ଅବସରରେ ସ୍ମୃତି ସଭା ରେ କ୍ରୀଡା,ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କ ସମେତ ବହୁ ମନ୍ୟଗଣ ନେତା ଉପସ୍ଥିତ ରହିଥିଲେ ।ଏହାସହ ପଶ୍ଚିମବଙ୍ଗ ର ରକ୍ତତୀର୍ଥ ଅଭିଯାତ୍ରି ଦଳ ବାଲେଶ୍ଵର ପରିଦର୍ଶନ କରି ବୀର ସହିଦ ମାନକର ସ୍ମୃତି ଚରଣ କରିବା ସହ ଚଶା ଖଣ୍ଡର ରକ୍ତତୀର୍ଥ ଓ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ପ୍ରତିବର୍ଷ ବାଲେଶ୍ଵର ରେ ରକ୍ତତୀର୍ଥ ଓ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟରେ ବଳିଦାନ ଦିବସ କୁ ଆଗ୍ରହର ସହ ପାଳନ କରାଯାଇ ଥାଏ । ଯାହାକି ଆଗାମୀ ପିଢ଼ିକୁ ଶହୀଦ ମାନଙ୍କ ର ଦେଶ ମାତୃକାର ପାଇଁ ତ୍ୟାଗ ଓ ବଳିଦାନ ସମ୍ପର୍କରେ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥାଏ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like