ଗୋଟିଏ ଗାଡ଼ିରେ ୩ ଜଣ ବସି ଯିବା ପଡ଼ିଛି ମହଙ୍ଗା , ବାଲେଶ୍ୱର ପୋଲିସକୁ ଗଣିବାକୁ ପଡ଼ିଲା ଜରିମାନା
ବାଲେଶ୍ୱର(କେନ୍ୟୁଜ୍): ନିୟମ ଉଲ୍ଲଂଘନ କରି ଫସିଲା ପୋଲିସ । ଗୋଟିଏ ଗାଡ଼ିରେ ୩ ଜଣ ବସି ଯିବା ବାଲେଶ୍ୱର ପୋଲିସକୁ ମହଙ୍ଗା ପଡ଼ିଛି । ଏଥିପାଇଁ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଗଣିବାକୁ ପଡ଼ିଛି ଜରିମାନା । ଟ୍ରାଫିକ୍ ଥାନା ଏସଆଇ ପ୍ରଶାନ୍ତ ରଣସିଂ ୨ ହଜାର ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି । ଗୋଟିଏ ଗାଡ଼ିରେ ଦୁଇ ମହିଳା ପୋଲିସଙ୍କ ସମେତ ଜଣେ ପୁରୁଷ ପୋଲିସ କର୍ମଚାରୀ ସହରର ଏଡିଏମ୍ ଛକରେ ଯାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ ଟ୍ରାଫିକ୍ ପୋଲିସ ପକ୍ଷରୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି ।