ଜନ୍ମକଲା ପୁଅ ଦେଉଛନ୍ତି ଅକଥନୀୟ ଅତ୍ୟାଚାର, ପୁଅ ବେକ ମୋଡି ମାରୁଛି ବୋହୂ ଖାଇତେ ଦଉନି

ବାଲେଶ୍ୱର (କେନ୍ୟୁଜ) : ମାଆର ବୁକୁ ଫଟା କାନ୍ଦ। ଟିକେ ଭଲ କରି ଦେଖନ୍ତୁ ଆଜ୍ଞା ନିଜ ଜନ୍ମକଲା ପୁଅ ଠାରୁ ପାଇଥିବା ଅକଥନୀୟ ଅତ୍ୟାଚାରକୁ କହୁ କହୁ କେମିତି ତଳେ ଗଡି ଯାଉଛନ୍ତି ବୃଦ୍ଧା ଜଣକ। ସହି ପାରୁ ନାହାଁନ୍ତି କି ବିଶ୍ୱାସ କରି ପାରୁ ନାହାଁନ୍ତି, ସତରେ ଯେଉଁ ପୁଅକୁ ଜନ୍ମ କରି ଛୋଟରୁ ବଡ କରିଥିଲେ ଆଜି ସେହି ଦୁଇ ପୁଅ ଏମିତି ଦାଣ୍ଡରେ ବସାଇ ଦେଇଛନ୍ତି। ଏହି ମାଆର କଷ୍ଟ କଥା ଯିଏ ବି ଶୁଣିବ ତା ଆଖିରେ ଲୁହ ଆସିଯିବ । ଆଉ ରାଗ ଲାଗି ନିଜେ ଯାଇ ସେ ପୁଅଙ୍କୁ ଦୁଇ ଚାପୁଡ଼ା ବସାଇ ଦେବାକୁ ।

ଯେଉଁ ପୁଅ ଝିଅଙ୍କୁ ବଡ କରିବା ପାଇଁ ବାପା ମାଆମାନେ ନିଜର ସବୁ କିଛି ସାରି ଦିଅନ୍ତି ସେଇମାନେ ଶେଷରେ ପାଲଟୁଛନ୍ତି ଶତ୍ରୁ। କେମିତି କେଜାଣି ଏତେ ସ୍ୱାର୍ଥପର ହୁଅନ୍ତି ଆଉ ଭୁଲି ଯାଆନ୍ତି ପିଲା ବେଳେ କିଭଳି ତାଙ୍କ ପାଇଁ କଷ୍ଟ ସହିଥିଲେ ଏଇ ମାଆ ବାପା ।… ଟିକେ ଦେଖନ୍ତୁ ତ ? ଏଇ ମାଆର ମୂଲ୍ୟ କଣ ୨ ଲକ୍ଷ ଟଙ୍କା। ଯାହା ପାଇଁ ଜନ୍ମ ଦେଇଥିବା ମାଆକୁ ନିର୍ଯାତନା ଦେବା ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି ଦୁଇ ପୁଅ । ଯେଉଁ ଛୁଆ ଦୁହିଁଙ୍କୁ ଅନ୍ତ ଚିରି ଜନ୍ମ ଦେଇଥିଲି ଆଜି ସମୋନେ ମୋର ଛାଇ ପଡ଼ିଲେ ଡେଉଁଛନ୍ତି । କଥା କଥା କେ ଅତ୍ୟାଚାର ଆଉ ନିର୍ଯାତନା । ବୁଢ଼ୀ ବୟସରେ ପୁଅ ବେକ ମୋଡ଼ି କି ମାରୁଛି ବୋହୂ କହୁଛି ତୋତେ ଚିରି ଦେବି। ବୃଦ୍ଧ ବୟସରେ ନିଜ ଜନ୍ମ କଲା ପୁଅଙ୍କ ଏଭଳି ଆଚରଣକୁ ସହ୍ୟ କରି ପାରିଲେନି । ଆଉ ପଦାକୁ ଗୋଡ଼ କାଢ଼ିଲେ । ଉପଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଗଡ଼େଇ ହୋଇ କାନ୍ଦୁଥିଲେ ଏହି ୭୫ ବର୍ଷର ବୃଦ୍ଧା ଜଣକ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦକ୍ଷିଣ ପଡ଼ା ଗାଁର ବାସନ୍ତୀ ପାତ୍ର ।

ସ୍ବାମୀ ଆଜିକୁ ୬ ବର୍ଷ ତଳେ ମୂତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ପୂର୍ବରୁ ସ୍ବାମୀ ତାଙ୍କ ବ୍ୟାଙ୍କ ଖାତାରେ ୨ ଲକ୍ଷ ଟଙ୍କା ଜମା ରଖିଥିଲେ। ଯେପରି ତାଙ୍କ ମୃତ୍ୟୁ ପରେ ସ୍ତ୍ରୀର କିଛି ଅସୁବିଧା ହେବନି। ପୁଅ ବୋହୂ ବି ସ୍ତ୍ରୀର ଯତ୍ନ ନେବେ। ହେଲେ ବାପାଙ୍କ ମୃତ୍ୟୁ ପରେ ପୁଅ ବୃଦ୍ଧ ମାଆର ସେବା କରିବା ତ ଦଦୂରର କଥା ଓଲଟି ବ୍ୟାଙ୍କରେ ଥିବା ଦୁଇ ଲକ୍ଷ ଟଙ୍କାକୁ ଆତ୍ମସାତ କରିବା ପାଇଁ କୌଶଳ କଲେ । ଏହାକୁ ନେଇ ପ୍ରତିଦିନ ମାଆ ଉପରେ ଚାଲିଲା ଅକଥନୀୟ ଅତ୍ୟାଚାର। ମାଆର ବେକ ମୋଡି ମାଡ ମାରି ଲହୁଲୁହାଣ କରି ଦେଉଥିଲେ ଦୁଇ ପୁଅ ଆଉ ବୋହୂ। ନିଜ ଜନ୍ମକଲା ପୁଅଙ୍କ ଠାରୁ ଏମିତି ମାଡ଼ ଖାଇବା ପରେ ଜୀବନ ବଞ୍ଚାଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଏହି ବୃଦ୍ଧ ମାଆ ଜଣଙ୍କ।

ବାସନ୍ତୀଙ୍କ ଦୁଇ ପୁଅ ଛଡ଼ା ଜଣେ ଝିଅ ବି ଅଛି। ହେଲେ ଝିଅ ନିଜ ଶାଶୁଘରେ । ଦୁଇ ପୁଅଙ୍କ ପାଖରେ ରହୁଥିଲେ ବାସନ୍ତୀ। ପୁଅ ଓ ବୋହୂମାନଙ୍କର ଏଭଳି ବ୍ୟବହାର ଅତିଷ୍ଠ ହେଲା । ତେଣୁ ଗାଁ ଲୋକଙ୍କ ଦ୍ୱାରା କଥାର ସମାଧାନ କରାଯାଇ ଥିଲା । ଘର କଥା ପଦାରେ ନ ପଡୁ ଭାବି ବୃଦ୍ଧା ଜଣକ ପୋଲିସର ଆଶ୍ରୟ ନେଇ ନଥିଲେ । ହେଲେ ଦିନକୁ ଦିନ ଅତ୍ୟାଚାର ଓ ନିର୍ଯାତନା ବଢ଼ି ଚାଲିଲା । ଶେଷରେ ଉପଜିଲ୍ଲାପାଳଙ୍କୁ ନିଜ ଗୁହାରୀ ଜଣାଇଛନ୍ତି ବାସନ୍ତୀ। … ଅବଶ୍ୟ ଇଏ ଗୋଟିଏ ମା’ର ଅଭିଯୋଗ । ତାକୁ ନେଇ ପୁଅବୋହୂ କଣ କହୁଛନ୍ତି ଜଣାପଡ଼ିନି ।

ସେଥିପାଇଁ ଦୁଇ ପୁଅଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଆଉ ଗୁହାରୀ କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଅନ୍ତୁ। ଏପଟେ ମାମଲାକୁ ଗୁରୁତ୍ୱ ଦେଇ ଠିକଣା ପଦକ୍ଷେପ ନେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ।
ଦୁନିଆରେ ସବୁ ଅତ୍ୟାଚାରୀ ପୁଅମାନେ ଜାଣନ୍ତୁ ପରିଣତ ବୟସରେ ବାପା ମାଆଙ୍କୁ ଅତ୍ୟାଚାର କଲେ କଣ ପରିଣାମ ହେବ।

କଣ ସାମାନ୍ୟ ଦୁଇ ଲକ୍ଷ ଟଙ୍କା ବଡ ହୋଇଗଲା ମାଆ ନୁହେଁ। ଯେଉଁ ମାଆ ବୁକୁ ଚିରି ଜନ୍ମ ଦେଇଛି ଛାତିରୁ କ୍ଷୀର ନିଗାଡି ଦେଇଛି, ସେହି ମାଆ ଠାରୁ ବେଶି ବଡ କଣ ଛାର ଟଙ୍କା। ଦୁନିଆର ସବୁ ପୁଅ ଝିଅ ବୁଝିବା ଦରକାର ଯେ ମାଆର ସ୍ଥାନ ଅପୂରଣୀୟ। ଦୁନିଆରେ ମାଆର ମୂଲ୍ୟ ଆଉ ସ୍ଥାନ କେହି କେବେ ଦେଇପାରିବେନାହିଁ। ତେଣୁ ସବୁ ପୁଅଝିଅଙ୍କୁ ଅନୁରୋଧ, ବୃଦ୍ଧ କାଳେ ନିଜ ବାପା ମାଆଙ୍କୁ ଏପରି ନିର୍ଯ୍ୟାତନା ଦିଅନ୍ତୁନାହିଁ, ମନେ ରଖନ୍ତୁ ବାପା ମାଆଙ୍କ ଆଖିର ଲୁହରେ ଆପଣ ଜଳି ପୋଡି ତଳିତଳାନ୍ତ ହୋଇଯିବେ।

Leave A Reply

Your email address will not be published.