ରାଜ୍ୟ

ଶବ ଖୋଜି ଖୋଜି ଧର୍ଯ୍ୟହରା ପରିବାର: କିଏ ଚେତା ହରାଉଛି ତ କିଏ ଫଟୋ ଧରି ବୁଲୁଛି

କେନ୍ୟୁଜ୍(ବ୍ୟୁରୋ): ପୁଅକୁ ଖୋଜି ଖୋଜି ଚେତା ହରାଉଛନ୍ତି ବାପା । ମୁହଁରେ ପାଣି ଛାଟି ଛାଟି ଚେତା ଫେରାଇବାକୁ ଚେଷ୍ଟା ଚଲାଇଛନ୍ତି ଉପସ୍ଥିତ ଲୋକେ । ଯେତେବେଳେ ବି ଟିକେ ଚେତା ଫେରୁଛି ସେତେବେଳେ ପୁଅକୁ ଖୋଜୁଛନ୍ତି । କହୁଛନ୍ତି ମୋ ପୁଅକୁ ଖୋଜିଆଣ ଟିକେ ମୋ ପୁଅକୁ ଦେଖା କରିଦିଅ। ଆଉ ଉପସ୍ଥିତ ଲୋକେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଧର୍ଯ୍ୟ ଧରିବାକୁ କହୁଛନ୍ତି । ହେଲେ ବାପା ମନ ନା । କେମିତି ବା ବୁଝିବ। ଏହା ଏମିତି ଏକ ଦୁର୍ଘଟଣା ଯାହା କଳ୍ପନା ବାହାରେ। ଦୁଇ ଏକ୍ସପ୍ରେସ ମଧ୍ୟରେ ଏପରି ଦୁର୍ଘଟଣା ଘଟିବା କେହି କେବେ କଳ୍ପନାରେ ଭାବିନଥିବେ ।

ଯାହା ସୂଚନା ମିଳିଛି କି, ବାଲେଶ୍ୱର ବାହାନଗାରେ ହୋଇଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଆଉ ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚୁଥିବାର ବି ଦେଖିବାକୁ ମିଳୁଛି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ହେଲେ କିଛି ପରିବାର ଘଟଣାସ୍ଥଳରେ ପହଁଚି ଫଟୋ ଧରି ନିଜ ଲୋକର ଶବ ଖୋଜିବାରେ ଲାଗିପଡିଛନ୍ତି। ଖୋଜି ଖୋଜି ହାଲିଆ ହୋଇଗଲେଣି, କିନ୍ତୁ କିଛି ବି ଖୋଜ ଖବର ମିଳୁନାହିଁ ସେମାନଙ୍କର।

ଏପଟେ ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି । ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଉଦ୍ଧାର କାର୍ଯ୍ୟକୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ। ଆହତଙ୍କୁ ବାଲେଶ୍ୱର ,ଭଦ୍ରକର ଓ କଟକ ବ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏପଟେ ଖବର ଥାଉକି, ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଏହା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ଗତକାଲି ବି ଶୁକ୍ରବାର । ସେଦିନ ବି ରାତି ପ୍ରାୟ ୭ଟା ପରେ ଗତକାଲିର ଦୁର୍ଘଟଣା ବି ପାଖାପାଖି ସେହି ସମୟରେ ଘଟିଥିଲା । ୧୪ ବର୍ଷ ତଳର କାଳ ଶୁକ୍ରବାର ଯେମିତି ଦୋହରାଇଛି ତାର ସେହି ସମାନ ଦୁର୍ଘଟଣାକୁ । ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ୍‌ ପାଇଁ କାଳ ହୋଇଥିଲା ।

 

 

Sonalisa

Recent Posts

ଚଳଚଞ୍ଚଳ ବିଧାନସଭା: ଆଜି ଓ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା ।  ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

19 mins ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

30 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

8 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

11 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

11 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

11 hours ago