ବାଲେଶ୍ୱର ଓସଙ୍ଗ ଗାଁର ଉର୍ମିଳା ଧଳ, ନିଜର ଇଚ୍ଛାଶକ୍ତି ହିଁ ତାଙ୍କୁ ଦେଇଛି ନୂଆ ପରିଚୟ

ବାଲେଶ୍ୱର: ମନ ବଳ ଆଗରେ ହାର୍‌ ମାନିଛି ଶରୀରର ଅକ୍ଷମତା। ଇଚ୍ଛାଶକ୍ତି ହିଁ ତାଙ୍କୁ ଦେଇଛି ନୂଆ ପରିଚୟ । ଆଜି ଏମିତି ଏକ ସଫଳ ବ୍ୟକ୍ତିତ୍ୱଙ୍କ କଥା କହିବୁ, ଯାହାଙ୍କ କାହାଣୀ ଆପଣଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ। ବାଲେଶ୍ୱର ଖଇରା ବ୍ଲକ୍‌ ଓସଙ୍ଗ ଗାଁର ଉର୍ମିଳା ଧଳ। ୫ ବର୍ଷ ବୟସରୁ ପୋଲିଓରେ ଆକ୍ରାନ୍ତ।

ଦୁଇ ଗୋଡ଼ ଅଚଳ ହେବାରୁ ପାଠ ପଢାରେ ଲାଗିଥିଲା ଡୋରି। ଜୀବନ ସଂଗ୍ରାମରେ ହାର୍‌ ମାନି ନଥିଲେ ସେ। ପରିବାର ଉପରେ ବୋଝ ନହୋଇ ସିଲେଇ ଶିଖିବା ଆରମ୍ଭ କରିଥିଲେ। ଏବେ ୨୫ ବର୍ଷ ହେବ ସିଲେଇ କାର୍ଯ୍ୟରେ ନିୟୋଜିତ। ମାସିକ ରୋଜଗାର କରୁଛନ୍ତି ୧୫ ହଜାର ଟଙ୍କା। କେବଳ ସେତିକି ନୁହେଁ, ଗୋଡ଼ ଦୁଇଟି ଅଚଳ ସତ୍ତ୍ୱେ ଅନ୍ୟମାନଙ୍କୁ ସିଲେଇ ସିଖାଉଛନ୍ତି।

ଉର୍ମିଳାଙ୍କୁ ଘରୁ ବାହରକୁ ଯିବାକୁ ହେଲେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଏମିତିକି ଉର୍ମିଳା କିଛି ମହିଳାଙ୍କୁ ଭଡ଼ା ଘରେ ସିଲେଇ କାମ ସିଖାଉଛନ୍ତି। ସରକାର ଯଦି ଯାତାୟତ ପାଇଁ ଗୋଟିଏ ଟ୍ରାଇ ସାଇକଲ୍‌ ଓ ଗୋଟିଏ ଘର ଯୋଗାଇ ଦିଅନ୍ତେ ତେବେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.