ଅନ୍ତେଷ୍ଟି କ୍ରିୟା ପାଇଁ ଆସୁଥିବା ଆତ୍ମୀୟଙ୍କ ଅନ୍ତିମ ଯାତ୍ରା

ଛାତିଥରି ଯାଉଛି ଏ କଥା କହିଲାବେଳକୁ । ମୃତ୍ୟୁ ଏମିତି ବି ଆସେ, ବଡ ଭାଇର ଶବ ସତ୍କାର କରିବାକୁ ଯାଉଥିବା ବେଳେ ସାନ ଭାଇର ପରିବାର ଏବଂ ବନ୍ଧୁବାନ୍ଧବ ପାଲଟି ଗଲେ ଶବ ।

ଜଳେଶ୍ୱର (କେନ୍ୟୁଜ) : ଘର ତାଲା ପଡିଛି, କବାଟରେ ଝୁଲୁଛି ତାଲା । ସେଦିନ ସଂନ୍ଧ୍ୟାରେ ଏଇ ତାଲାକୁ ଝୁଲାଇ ଦେଇ ବାହାରି ଯାଇଥିଲେ ସେମାନେ । ବୋଲେରୋ ଆସି ଲାଗିଥିଲା ଏହି ଘର ପାଖରେ । ସମସ୍ତେ ବସି ବାହାରିଗଲେ ରାଉରକେଲା । କିନ୍ତୁ ଏ ଘରକୁ ଯେ ଆଉ ଫେରିବେନି ତାହା ଏମାନେ ଜାଣିନଥିଲେ । ଏମାନେ ସମସ୍ତେ ଯାଉଥିଲେ ଭାଇର ଶେଷ ଦର୍ଶନ କରିବାକୁ । ହେଲେ ବାଟରେ ପାଲଟିଗଲେ ଶବ ।

ହଁ ଆଜ୍ଞା ଛାତିଥରି ଯାଉଛି ଏ କଥା କହିଲାବେଳକୁ । ମୃତ୍ୟୁ ଏମିତି ବି ଆସେ, ବଡ ଭାଇର ଶବ ସତ୍କାର କରିବାକୁ ଯାଉଥିବା ବେଳେ ସାନ ଭାଇର ପରିବାର ଏବଂ ବନ୍ଧୁବାନ୍ଧବ ପାଲଟି ଗଲେ ଶବ । କ୍ଯାନସରରେ ମୃତ୍ୟୁ ବରଣ କରିଥିବା ବଡ ଭାଇର ଶେଷ ଦର୍ଶନକୁ ଆଉ ମାତ୍ର ୨୫ କିଲୋମିଟର ବାକି ଥିଲା । ହେଲେ ତାପୂର୍ବରୁ ସବୁକିଛି ଯେପରି ଓଲଟ ପାଲଟ ହୋଇଗଲା । ବଡ ଭାଇର ଶବ ନିକଟରେ ପହଞ୍ଚିବା ପୂର୍ବରୁ ପାଲଟିଗଲେ ଶବ । ହଁ ଆଜ୍ଞା ବାଲେଶ୍ବର ଜିଲ୍ଲା ଭୋଗରାଇରୁ ରାଉରକେଲା ଯାଉଥିବା ରାସ୍ତାର ଲହୁଣୀପଡ଼ା ବ୍ଳକ ଠାରେ ସଡ଼କ ଦୁର୍ଘଟଣାରେ ଚାରି ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛଅ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ଭୋଗରାଇରେ ଥିବା ତାଙ୍କ ଘରକୁ ଦେଖି ପଡୋଣୀ ମାନେ ନିଜ କୋହ ସମ୍ଭାଳି ପାରୁନାହାଁନ୍ତି । ଗୋଟିଏ ପରିବାରରେ ଏମିତି ୪ ଜଣଙ୍କର ଅକସ୍ମାତ୍‌ ବିୟୋଗ ମନକୁ ଭାରି ବ୍ୟଥିତ କରୁଛି । ଘରେ କେହିନାହାଁନ୍ତି, ଘରେ ତାଲା ପଡିଛି । ପଡୋସୀ ସେହି ଘର ପାଖରେ ଛିଡା ହୋଇ ଭାବୁଛନ୍ତି କେମିତି ସେଦିନ ସଂଧ୍ୟାରେ ସେ ବାହାରିଥିଲେ, କେତେ ଖରାପ ସମୟ ଥିଲା ସେମାନଙ୍କ ପାଇଁ । ମୃତ ଭାଇକୁ ଦେଖିବାକୁ ଯାଇ ପରିବାରର ଆଉ ୪ ଜଣ ଶବ ପାଲଟିଗଲେ । ସତରେ ଭାରି ଦୁଃଖ ଦେଉଛି ଏ ଖବର ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ମହେଶପୁର ପଂଚାୟତର ରଇପୁର ଗ୍ରାମର ପ୍ରଦୀପ ମହାନ୍ତିଙ୍କ ବଡ ଭାଇ ସଂଜୀବ ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ରହି କାର୍ଯ୍ୟ କରୁଥୁଲେ । ତେବେ ଗତକାଲି ସେ କ୍ଯାନ୍ସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ସାନ ଭାଇ ପ୍ରଦୀପ ଗାଁରୁ ଏକ ବୋଲେରୋ ଭଡା କରି ତାଙ୍କ ସ୍ତ୍ରୀ ଅମିତା, ଦୁଇ ପୂଅ, ଭିଣୋଇ, ଭଉଣୀ, ଭଣଜା, ଭାଣେଜୀ, ପଡୋଶୀ ଏବଂ ଚାଳକ ଙ୍କ ସମେତ ମୋଟ 10 ଜଣ ରାଉରକେଲା ଅଭିମୁଖେ ବାହାରି ଯାଇଥିଲେ । କିନ୍ତୁ ସକାଳେ ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଧାନନଗର ଜାତୀୟ ରାଜପଥ ୧୪୩ ନିକଟରେ ଭାରସାମ୍ୟ ହରାଇ ବଲେରୋଟି ଡିଭାଇଡରରେ ପିଟି ହେବା ଫଳରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଗଲା ।

ଘଟଣା ସ୍ଥଳରେ ପ୍ରଦୀନ ମହାନ୍ତିଙ୍କ ଭଉଣୀ ଓ ଭିଣୋଇଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଓ ଗାଁର ଜଣେ ଭଦ୍ର ଲୋକ ଯେ କି ରାଉରକଲା ଯାଉଥିଲେ ପରିବାର ଦୁଃଖ ସମୟରେ ସାମିଲ ହେବାକୁ ସେ ବି ଚାଲିଗେଏ । ସେପଟେ ଗାଁରେ ପରିବାର ଲୋକେ କେହି ନ ଥିବାରୁ ପଡୋଶୀ ଲୋକେ ଗୁରୁତର ମାନଙ୍କୁ ଚିକିତ୍ସା ଯୋଗାଇ ଦେବାପାଇଁ ନିବେଦନ କରିଥିବା ବେଳେ ମୃତକ ମାନଙ୍କୁ ଗାଁକୁ ଆଣିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି, ଏତେ ବଡ ଦୁର୍ଘଟଣା ପରେ ଗ୍ରାମବାସୀ ସ୍ତବ୍ଧ ହୋଇଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.