ଗଡ଼ିଲା ତାଳଧ୍ବଜ : ରତ୍ନବେଦୀରୁ ଜନ୍ମ ବେଦୀ ପ୍ରଭୁ ବଳଭଦ୍ର

ଭୁବନେଶ୍ବର : ପବିତ୍ର ରଥ ଯାତ୍ରା ଅବସରରେ ରତ୍ନ ବେଦୀ ଛାଡ଼ି ଜନ୍ମ ବେଦୀକୁ ଯାତ୍ରା ଆରମ୍ଭ କରିଛନ୍ତି ମହାବାହୁ। ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ସ୍ୱୟଂ ପରଂବ୍ରହ୍ମ। ନବ ଦିନାତ୍ମକ ଯାତ୍ରାରେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ନେଇ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଜଗତର ନାଥ ଜଗନ୍ନାଥ। ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ନିର୍ଦ୍ଦାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବା ବେଳେ ଧରଣୀ ରାଣୀ ଧୋଇ ଦେଇଛି ବର୍ଷା। ଏପରି ଅନୁଭବ ହେଉଛି , ଯେପରି ଇନ୍ଦ୍ର ସ୍ବର୍ଗରୁ ଶ୍ରୀକ୍ଷେତ୍ର ଧାମରେ ଆର୍ଶୀବାଦ ବର୍ଷାଉଛନ୍ତି।

ସୂଚନା ଅନୁଯାୟୀ , ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଏଥିପାଇଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ-ପ୍ରେସରର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ପ୍ରାୟ ୭୨ ଘଣ୍ଟା ଯାଏଁ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।ଏଥିସହ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.