ଦୋହଲିଲା ବାଲେଶ୍ବର ଜିଲ୍ଲା

ବାଲେଶ୍ବର (କେନ୍ୟୁଜ୍) : ଭୂମିକମ୍ପ ଝଟକାରେ ଦୋହଲିଲା ବାଲେଶ୍ବର ଜିଲ୍ଲା । ଆଜି ସଂଧ୍ୟା ୬.୩୩ ମିନିଟ୍ ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦୦ ବୋଲି ଜଣାପଡ଼ିଛି । ବିଶେଷ କରି ଜଳେଶ୍ବର, ବସ୍ତା, ଭୋଗରାଇ, ବାରିପଦା ଆଦି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ଲୋକେ କହିଛନ୍ତି ।