ବାଲେଶ୍ବର: ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ରୋଗୀ ସମେତ ୫ ଗୁରୁତର

ବାଲେଶ୍ବର (କେନ୍ୟୁଜ୍): ଟ୍ରକ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସମେତ ୫ ଗୁରୁତର । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଏପରି ଦୁର୍ଘଟଣା ଘଟିଛି । କଲିକତା ମେଦିନୀପୁରରୁ ରୋଗୀ ନେଇ ଭୁବନେଶ୍ଵରରେ ଯାଉଥିବା ବେଳେ ଏକ ଟ୍ରକ ପଛରୁ ଆମ୍ବୁଲାନ୍ସ ଧକା ଦେଇଥିଲା ଫଳରେ ଆମ୍ବୁଲାନ୍ସରେ ଥିବା ରୋଗି ସମେତ ୫ ଜଣ ଗୁରୁତର ଆହାତ ହୋଇଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଙ୍କୁ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲ‍ା । ପରେ ବାଲେଶ୍ବର ମୁଖ୍ୟ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଚାଳକ ଟ୍ରକ ନେଇ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଖନ୍ତାପଡ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.