ସମୁଦ୍ରରେ ଲୀନ ହେବାକୁ ବସିଲାଣି କଷାଫଳ ଓ ବାହାବଳପୁର ଗାଁ, ପଥରବନ୍ଧ କରିବାକୁ ଗ୍ରାମବାସୀଙ୍କ ଦାବି

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲାର କଷାଫଳ ଓ ବାହାବଳପୁର ଗାଁ । ସମୁଦ୍ର ମୁହାଣରେ ଏହି ଦୁଇଟି ଗାଁ ରହିଛି । ହେଲେ ଅଶାନ୍ତ ସମୁଦ୍ର ଲୋକଙ୍କ ଚିନ୍ତା ବଢ଼ାଉଛି । ସମୁଦ୍ର ମୁହାଣ ଖାଇ ଜନବସତି ମୁହାଁ ହେଉଥିବାରୁ ଭୟବିତ ଅବସ୍ଥାରେ ଅଛନ୍ତି ଲୋକେ । ୧୦ବର୍ଷ ମଧ୍ୟରେ ସମୁଦ୍ରରେ ଲୀନ ହୋଇଗଲାଣି ଅନେକ ସମ୍ପତ୍ତି । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

11adfମୁହାଣରେ ପଥର ବନ୍ଧ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ସେପଟେ ପଥରବନ୍ଧ ନିର୍ମାଣ ପାଇଁ ୨୦କୋଟିର ଆବଶ୍ୟକତା ରହିଛି ଓ ପର‌୍ୟ୍ୟାୟକ୍ରମେ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ, ଦୁଇଟି ଯାକ ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି ।

 

You might also like