ଭିଜିଲାନ୍ସ ଜାଲରେ ବାଲେଶ୍ୱର R&Bର ସହକାରୀ ଯନ୍ତ୍ରୀ, ଠାବ ହେଲାଣି ୧୧ ପ୍ଲଟ୍‌

ପୁରୀରେ ତିନିମହଲା ଓ ଚିଲିକାରେ ୨ ମହଲା ଘର ଓ ପୁରୀ ସମୁଦ୍ର କୂଳରେ ରହିଛି ଗୋଟିଏ ଫ୍ଲାଟ୍‌ । ତାଙ୍କର ୯୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନ୍‌ସ ଜମା ଥିବା ଜଣାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀଙ୍କ ଅଫିସରେ ଭିଜିଲାନ୍ସ ରେଡ୍‌। ବାଲେଶ୍ୱର ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଜୟ ସେନାପତିଙ୍କ ଅଫିସରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍‌ । ବାଲେଶ୍ୱର, ପୁରୀ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ। ଅଜୟ ସେନାପତିଙ୍କ ୨ଟି ବହୁତଳ କୋଠା, ଭୁବନେଶ୍ୱର, ପୁରୀ ଓ ଚିଲିକା ଅଞ୍ଚଳରେ ୧୧ଟି ପ୍ଲଟ ଠାବ ହୋଇଛି ।

ପୁରୀରେ ତିନିମହଲା ଓ ଚିଲିକାରେ ୨ ମହଲା ଘର ଓ ପୁରୀ ସମୁଦ୍ର କୂଳରେ ରହିଛି ଗୋଟିଏ ଫ୍ଲାଟ୍‌ । ତାଙ୍କର ୯୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନ୍‌ସ ଜମା ଥିବା ଜଣାଯାଇଛି । ଲକ୍ଷେ ୨୨ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍‌ସ । ତାଙ୍କର ଗୋଟିଏ କାର୍‌ ଓ ୩ଟି ବାଇକ ରହିଛି । ତାସହ ୯୫ ଲକ୍ଷର ବୀମା ଓ ବ୍ୟାଙ୍କ ଜମା ଜବତ ହୋଇଛି। ଚଢାଉରେ ୪ ଜଣ ଡିଏସ୍‌ପିଙ୍କ ସମେତ ୧୦ ଇନିସପେକ୍ଟର, ୨ ସବ ଇନିସପେକ୍ଟର ଓ ଭିଜିଲାନ୍‌ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।