ରକ୍ତରଞ୍ଜିତ ହେଲା ମାଆ ମାଣିକେଶ୍ୱୀରଙ୍କ ପୀଠ, ଛତରଯାତ୍ରାରେ ପଡ଼ିଲା ବଳି

ରକ୍ତରଞ୍ଜିତ ହେଲା ମାଆ ମାଣିକେଶ୍ୱୀରଙ୍କ ପୀଠ। ଛତରଯାତ୍ରାରେ ମାଣିକେଶ୍ୱରୀଙ୍କ ପୀଠରେ ପଡ଼ିଲା ବଳି। ଜିଲ୍ଲା ପ୍ରଶାସନର ସଚେତନତା ପରେ ମଧ୍ୟ ପଡ଼ିଲା ବଳି। ଜେନା ଖାଲ ଠାରୁ ମାଆ ମାଣିକେଶ୍ୱୀରଙ୍କ ପୀଠ ପର୍ଯ୍ୟନ୍ତ ହଜାର ହଜାର ଛେଳି ଓ କୁକୁଡା ବଳି ଦିଆଯାଇଛି। ଘଣ୍ଟ, ଶଙ୍ଖ, ଢୋଲ ଓ ନିଶାନରେ ଫାଟି ପଡୁଥିଲା ପୀଠ। ମୂଳାଷ୍ଟମୀ ମଧ୍ୟରାତ୍ରରେ ସନ୍ଧି ପୂଜା ପରେ ମହାନବମୀ ପ୍ରାତଃକାଳରୁ ମାଆଙ୍କ ପ୍ରତୀକ ସ୍ୱରୂପ ଛତ୍ର ଭବାନୀପାଟଣାସ୍ଥିତ ଫାସିଡଙ୍ଗର ନିକଟରେ ଥିବା ଜେନା ଖାଆଳରୁ ପୂଜା କରାଯାଇଥିଲା। ଏହାପରେ ବାହାରିଥିଲା ଛତର ଶୋଭାଯାତ୍ରା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୩ ପ୍ଲାଟୁନ୍‌ ପୋଲିସ , ୫ଜଣ DSP, ୧୭ଜଣ ଇନିସପେକ୍ଟର ଓ ୧୭୪ଜଣ କନେଷ୍ଟବଳ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.