ବାଲେଶ୍ୱର: ବାଲିଆପାଳରେ ଶିକ୍ଷୟିତ୍ରୀଙ୍କ ଅସଦାଚରଣ ଅଭିଯୋଗ ଘଟଣା, ବଦଳିଲେ ପ୍ରଧାନଶିକ୍ଷକ

ବାଲେଶ୍ୱର (କେନ୍ୟୁଜ୍): ବାଲିଆପାଳରେ ଶିକ୍ଷୟିତ୍ରୀଙ୍କ ଅସଦାଚରଣ ଅଭିଯୋଗ ଘଟଣାରେ ବଦଳିଲେ ପ୍ରଧାନଶିକ୍ଷକ। ପ୍ରଧାନ ଶିକ୍ଷକ ରତିକାନ୍ତ ଜେନାଙ୍କ ସହ ଅନ୍ୟ ୨ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଇଛି। ତେବେ ବିଦ୍ୟାଳୟରେ ସୁସ୍ଥ ବାତାବରଣ ପାଇଁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀଙ୍କୁ ମଧ୍ୟ ବଦଳି କରିଦିଆଯାଇଛି। ସେପଟେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲା ମିଛ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତଦନ୍ତ ରିପୋର୍ଟ ଆସିବା ପରେ ଏଥିରେ ଦର୍ଶାଯାଇଛି ଅଭିଯୋଗର ସତ୍ୟତା ନାହିଁ। ଏହି ଘଟଣାରେ ବାଲେଶ୍ୱର ଡିଇଓଙ୍କୁ ରିପୋର୍ଟ ମଗାଯାଇଥିବା ମନ୍ତ୍ରୀ କହିଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜାଠିଆ ଗାଁ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟରେ ସହକାରୀ ସଂସ୍କୃତ ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକ ରତିକାନ୍ତ ଜେନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ରତିକାନ୍ତ ଜେନା ସହକାରୀ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଧରି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡିତା। ଏହାସହ ଜିଲ୍ଲାପାଳ, ଡିଇଓ, ବିଇଓ ଏବଂ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ସେପଟେ ପୀଡ଼ିତା ଓ ତାଙ୍କ ସ୍ୱାମୀ ତଦନ୍ତ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ନ୍ୟାୟ ପାଇଁ ଲଢେଇ ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.