ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ଡକାୟତି ଗ୍ୟାଙ୍ଗ ଠାବ: ୩ ଗିରଫ ସହ ବନ୍ଧୁକ ଗୁଳି ଓ ବାଇକ ଜବତ

ଯାଜପୁର (କେନ୍ୟୁଜ): ଏକ ଡକାୟତି ମାମଲାରେ ୩ ଜଣକୁ ଗିରଫ କରିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସ। ସେମାନଙ୍କ ନିକଟରୁ ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି, ମାଗାଜିନ, ଦୁଇଟି ବାଇକ ମଧ୍ୟ ଜବତ ହୋଇଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ଗ୍ରାମର ଫକୀରୁଦ୍ଦିନ ହାସିମଙ୍କ ଘରୁ ୨୦୨୦ ମସିହା ଡିସେମ୍ବର ମାସରେ ମୁଖା ପିନ୍ଧିଥିବା ଅବସ୍ଥାରେ ତିନି ଜଣ ଦୁର୍ବୁତ୍ତ ଘରେ ପଶି ସଶସ୍ତ୍ର ଡକାୟତି କରିଥିଲେ।

jajpur gang

ଏ ନେଇ ବାଲିଚନ୍ଦ୍ରପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଡ଼କାୟତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ମାନେ ବାଲିଚନ୍ଦ୍ରପୁର ଥାନା ନଳିପୁର ଗ୍ରାମର ମହମ୍ମଦ ଜାହାଙ୍ଗିର, ଚାରି ନଙ୍ଗଳ ଗ୍ରାମର ସେକ ୱାହୀଦ ଏବଂ କଳାଶ୍ରୀ ଗ୍ରାମର ସେକ ହାଇଦର ଅଲ୍ଲୀ ପୋଲିସ ସୂଚନା ଦେଇଛି। ସେମାନଙ୍କ ନିକଟରୁ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଥିବା ବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.