ସମଗ୍ର କନ୍ଧମାଳ ଜିଲ୍ଲାରେ ଦଶମ ପରୀକ୍ଷାରେ ଟପ୍ପର ହୋଇଥିବା ମିନାକ୍ଷୀଙ୍କୁ ଭେଟିଲେ ବାଲିଗୁଡ଼ା ବିଧାୟକ, ଉଚ୍ଚଶିକ୍ଷା ପାଇଁ ସମସ୍ତ ସହଯୋଗ କରିବାକୁ ଦେଲେ ପ୍ରତିଶ୍ରୁତି

ବାଲିଗୁଡା: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଚାଷୀ ପରିବାରର ଝିଅ ମିନାକ୍ଷୀ ମଲିକ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛନ୍ତି ମୀନାକ୍ଷୀ । କେ.ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତ ଗୋଇବନ୍ଧା ଗାଁର ଚାଷୀ ରାଜୀବ ମଲିକଙ୍କ ଝିଅ ମୀନାକ୍ଷୀ ଦଶମ ବୋର୍ଡ ପରୀକ୍ଷାରେ A1 ଗ୍ରେଡରେ ୯୨.୬୭ ପ୍ରତିଶତ ସହ ୫୫୬ ନମ୍ବର ହାସଲ କରିଛନ୍ତି।

minakhi 1ତେବେ ମୀନାକ୍ଷୀଙ୍କର ଏହି ସଫଳତା ପରେ ତାଙ୍କୁ ଭେଟିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଗରିବ ପରିବାର ହୋଇଥିବାରୁ ଉଚ୍ଚଶିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୀନାକ୍ଷୀ ଆଗକୁ ବଢିବା ପାଇଁ କୌଣସି ବାଧା ଉପୁଜିବ ନାହିଁ ବୋଲି ସେ କହିଛନ୍ତି। ସେପଟେ ନିଜର ଦୃଢ ଇଚ୍ଛା ଶକ୍ତି ଓ ପାଠ ପ୍ରତି ଆଗ୍ରହ ଏହି ସଫଳତା ଦେଇଛି ବୋଲି କହିଛନ୍ତି ମୀନାକ୍ଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.