କଟକ ବାଲିଯାତ୍ରା ପାଇଁ ପ୍ଲଟ ଆବଣ୍ଟନକୁ ନେଇ ପୁଣି ବିବାଦ

କଟକ : ବାଲିଯାତ୍ରା ପାଇଁ ପ୍ଲଟ ଆବଣ୍ଟନକୁ ନେଇ ପୁଣି ବିବାଦ । ପ୍ରଶାସନ ଓ ବ୍ୟବସାୟୀ ସଂଘ ମୁହାଁମୁହିଁ । ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟିଏ ପ୍ଲଟ ଆବଣ୍ଟନ, ପ୍ଲଟର ମୂଲ୍ୟ ବୃଦ୍ଧି ଓ ଦୋଳିରେ ଟେଣ୍ଡରକରଣ ଆଦିକୁ ବାଲିଯାତ୍ରା ବ୍ୟବସାୟୀ ସଂଘ ବିରୋଧ କରିଛି । ଏନେଇ ବାଲିଯାତ୍ରା ଉତ୍ସବକୁ ବର୍ଜନ କରିବାକୁ ସଂଘ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ଅନ୍ୟ ସଂଘମାନେ ମଧ୍ୟ ସମର୍ଥନ କରିଛନ୍ତି ।

ସେପଟେ ଏ ସଂପର୍କରେ ପ୍ରଶାସନ ନିକଟରେ କିଛି ଖବର ନଥିବା କହିଛନ୍ତି କଟକ ତହସିଲଦାର ସଞ୍ଜୟ ପ୍ରତିହାରୀ । ଆସନ୍ତା ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ । ଚଳିତ ବର୍ଷରୁ ୭ଦିନ ବଦଳରେ ୧୦ଦିନ ହେବ ବାଲିଯାତ୍ରା। ପୂର୍ବରୁ ବାଲିଯାତ୍ରା ପ୍ଲଟ ଦର ବୃଦ୍ଧିକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ପ୍ରତିବର୍ଗ ଫୁଟ ପ୍ରତି ୩୩ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ସେହିପରି ଦୋଳିଖେଳ ପାଇଁ ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡ଼ା ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟିଏ ପ୍ଲଟ ଆବଣ୍ଟନ ପାଇଁ ନିୟମ କରାଯାଇଥିବା ବେଳେ ବ୍ୟବସାୟୀ ସଂଘ ଏହାକୁ ତୀବ୍ର ବିରୋଧ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.