ନୂଆପଡ଼ାରେ ଅଘଟଣ: ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ

ନୂଆପଡ଼ା: ନୂଆପଡ଼ା ଧରମବନ୍ଧା ଥାନା ପଖାନପଦର ଗାଁରେ ଅଘଟଣ ।  ଅଜଣା ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ ହୋଇଛନ୍ତି । ୫ ଜଣଙ୍କର ହାତ, ଗୋଡ ଓ ମୁହଁ ପୋଡ଼ିଯାଇଛି । ଆହତ ଶିଶୁଙ୍କୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ଆକାଶରୁ ଲାଲ ରଙ୍ଗର ଏକ ବେଲୁନ ଖସିପଡିଥିଲା । ବେଲୁନକୁ ଦେଖି ପିଲାମାନେ ଦୌଡ଼ିଯାଇ ଢେଲା ପଥରମାଡ଼ କରି ବେଲୁନକୁ ଫଟାଇ ଦେଇଥିଲେ ।  ଠିକ୍ ଏହି ସମୟରେ ବେଲୁନଟି ବିସ୍ଫୋରଣ ହୋଇଥିଲା । ଏଥିରେ ୫ଜଣ ଶିଶୁ ଆହତ ହୋଇଛନ୍ତି । ଶିଶୁଙ୍କ ହାତ, ଦେହ ଓ ମୁଁହ ଜଳି ଯାଇଛି l ତେବେ ବେଲୁନ କେଉଁଠୁ ଆସିଲା ଏବଂ କିଏ ଛାଡ଼ିଲା ଜଣାପଡ଼ିନାହିଁ । ଧରମବନ୍ଧା ଥାନା ପୋଲିସ ବେଲୁନ୍ ସିଜ୍ କରି ତଦନ୍ତ ଆରମ୍ଭ କରିଛି ।

 

ଆହୁରି ପଢ଼ନ୍ତୁ : ନାବାଳିକାଙ୍କୁ ଅପହରଣ ବେଳେ ମାଡ଼ି ବସିଲେ ସ୍ଥାନୀୟ ଲୋକେ: ଜଣେ ଅଟକ; ଅନ୍ୟ ଜଣେ ଫେରାର