୪ ଦଫା ଦାବି ନେଇ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାମରା ବନ୍ଦ

କୁଚିଣ୍ଡା (କେନ୍ୟୁଜ): ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ଠାରେ ୪ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ବାମରା ବନ୍ଦ ରହିଛି। ସକାଳ ୮ଟାରୁ ଏହି ବନ୍ଦ ଜାରି ରହିଥିବା ବେଳେ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଅନ୍ୟ ପଟେ ଯାନବାହନ ଚଳାଚଳ ବନ୍ଦ ସାଙ୍ଗକୁ ସରକାରୀ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ବାମରା ସ୍ଥିତ ମୁକ୍ତିଧାମ ଭାଙ୍ଗାରୁଜା କରିଥିବା ବ୍ୟକ୍ତି ଓ ଜମି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜମିମାଫିଆ ଙ୍କ ନାମରେ ଜାରି କରାଯାଇଥିବା ପଟ୍ଟାକୁ ରଦ୍ଦ କରାଯିବା, ମୁକ୍ତିଧାମ ସଂଲଗ୍ନ ସରକାରୀ ଜମି କୁ ମୁକ୍ତିଧାମ ନାମରେ ପଟ୍ଟା ପ୍ରଦାନ କରାଯିବା ସହ ଶବଦାହ ଗୃହ ନିର୍ମାଣ କରାଯିବା, ପୂର୍ବ ରେଳ ଫାଟକ ସମେତ ଅନ୍ୟ ଦୁଇଟି ସ୍ଥାନରେ ଅଣ୍ଡର ପାସ ନିର୍ମାଣ, ଝାରସୁଗୁଡା ଆରପିଏଫ ଇନ୍ସପେକ୍ଟର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବାମରାରେ ରେଳ ବିଭାଗ ପକ୍ଷରୁ କେମ୍ପ କରି ସମନ ପ୍ରକ୍ରିୟା ତ୍ବରାନ୍ବିତ କରିବା ଦାବି ନେଇ ମୁକ୍ତିଧାମ ନିର୍ମାଣ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବାମରା ବନ୍ଦ କୁ ବାମରା ନାଗରିକ କମିଟି, ମର୍ଚେଣ୍ଟ ଏସୋସିଏସନ, ରେଲ କ୍ରିୟାନୁଷ୍ଠାନ କମିଟି, ସାମ୍ବାଦିକ ସଂଘ, ଚାଷୀ ସଂଗଠନ ସମେତ ଜନସାଧାରଣ ସହଯୋଗ କରିଛନ୍ତି।

 

 

 

 

 

Leave A Reply

Your email address will not be published.