ଶୈବପୀଠ କପିଳାସ ପୀଠରେ, ଚଳିତବର୍ଷ ଜଳଲାଗି ପାଇଁ ପ୍ଲାଷ୍ଟିକ ପାତ୍ର ଓ ପଲିଥିନକୁ ନିଷେଧ

ଢେଙ୍କାନାଳ : ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠ । ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କ ଠାରେ ଜଳଲାଗି କରିବା ପାଇଁ କାଉଡିଆ ଭକ୍ତ ମାନଙ୍କର ସମାଗମ ହୋଇଛି । ଚଳିତବର୍ଷ ଜଳଲାଗି ପାଇଁ ପ୍ଲାଷ୍ଟିକ ପାତ୍ର ଓ ପଲିଥିନକୁ ନିଷେଧ କରାଯାଇଛି । ଜଳଲାଗି ପାଇଁ ମାଟି ଅଥବା ଧାତୁ ନିର୍ମିତ ପାତ୍ର ବ୍ୟବହାର କରିବା ପାଇଁ ଦେବୋତର ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରାଯାଇଛି ।
କାଉଡିଆ ମାନଙ୍କ ସୁବିଧା ପାଇଁ କପିଳାସ ପୀଠର ଘାଟିରାସ୍ତା ଓ ପାହାଚ ରାସ୍ତାକୁ ସମ୍ପୂର୍ଣ୍ଣ ଆଲୋକିକରଣ କରାଯାଇଛି । ଚଳିତବର୍ଷ କପିଳାସ ଶୈବପୀଠ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବାବାଙ୍କ ଉପରେ ବିଶ୍ୱାସ ଥିବାରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ କାଉଡିଆ ଭକ୍ତ ମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଠାକୁରଙ୍କ ପାଖରେ ଲାଗି କରି ନିଜ ପରିବାର ସୁଖ , ସମୃଦ୍ଧି କାମନା କରିଥାନ୍ତି ।