ମୟୁରଭଞ୍ଜ ଜିଲ୍ଲାରେ ଦୀପାବଳିର ନିଆର ପରମ୍ପରା ବାନ୍ଦଣା ପର୍ବ

ମୟୁରଭଞ୍ଜ :  ମୟୁରଭଞ୍ଜ ଜିଲ୍ଲାରେ ରହିଛି ଦୀପାବଳିର ନିଆର ପରମ୍ପରା । ଦୀପାବଳିରେ ମାଆ କାଳୀଙ୍କୂ ପୂଜାର୍ଚ୍ଚନା କରାଯିବା ସହ ଆଦିବାସୀ ଓ କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ଉତ୍ସବକୁ ବାନ୍ଦଣା ପର୍ବ ଭାବେ ପାଳନ କରିଥାନ୍ତି । କୁଡୁମୀ ମାନେ ଏହି ପର୍ବକୁ ଗୋବର୍ଦ୍ଧନ ପୂଜା ଓ ହାତି ଲେଖାନ କହୁଥିବା ବେଳେ ସାନ୍ତାଳୀ ମାନେ ଏହାକୁ ସହରାୟ ପରବ କହିଥାନ୍ତି । ଏହିଦିନ ଗାଈଗୋରୁଙ୍କ ସେବା କରିବା ସହ କଅଁଳ ଘାସ ଖାଇବାକୁ ଦିଆଯାଏ । ପ୍ରଥମ ଦିନ ପୂଜାକୁ ଗୋଠ ପୂଜା କୁହାଯାଏ । ଏହି ପୂଜା ତିନିଦିନ ଧରି ପାଳନ କରାଯାଇଥାଏ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମେ । ଏହି ପର୍ବ ଦ୍ୱାରା ଗାଁ ମଧ୍ୟରେ ଥିବା ବିବାଦ ଦୂର ହେବା ସହ ସଂସ୍କୃତି ବଜାୟ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like