ବାଣପୁରରେ ମାଆ ଭଗବତୀଙ୍କ ପୀଠରେ ଚାଲିଛି ୬୪ ଉପଚାର ପୂଜା

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସ୍ଥିତ ମାଆ ଭଗବତୀଙ୍କ ପୀଠରେ ଚାଲିଛି ୬୪ ଉପଚାର ପୂଜା। ଭଗବତୀ ପୀଠରେ ମୂଳାଷ୍ଟମୀଠାରୁ ମହାଳୟା ଅମାବାସ୍ୟା ଯାଏଁ ଭଗବତୀଙ୍କର ପୂର୍ବ ଦିଗରେ ଅବସ୍ଥିତ ଦକ୍ଷ ପ୍ରଜାପତି ମନ୍ଦିର ସାମ୍ନା ବାହାର ପର୍ବଗୃହରେ ପୂଜା ଅନୁଷ୍ଠିତ ହୋଇଥାଏ।

pujaଏହି ମନ୍ଦିରରୁ ପ୍ରତିଦିନ ବିଳମ୍ବିତ ରାତିରେ ବଳି ଜେନା, କାଳିଆ ମାଳି, କାଠି ନାହକ, ଘଣ୍ଟ ଓ ଢୋଲ  ପଟୁଆରରେ ସେବକଙ୍କ ଗହଣରେ ମାଆ ଭଗବତୀ ମୂଳ ମନ୍ଦିରକୁ ଆସନ୍ତି। ସେ ପର୍ଯ୍ୟନ୍ତ ସଂଧ୍ୟା ଆଳତୀ ମନ୍ଦିରରେ ବନ୍ଦ ରହିଥାଏ। କାଠି ଠାକୁରାଣୀ ମନ୍ଦିରରେ ପ୍ରବେଶ କଲା ପରେ ଆଳତି ହୋଇଥାଏ।  ଆମାବାସ୍ୟା ଦିନ ମାଆ ଭଗବତୀଙ୍କ ସହ ହିରଜାଇଙ୍କ ଭେଟ ପରେ ମହାଅଷ୍ଟମୀ ପର୍ଯ୍ୟନ୍ତ ପୀଠ ମନ୍ଦିରରେ ମାଆ ପୂଜା ପାଆନ୍ତି।