ରାଜ୍ୟ

ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ, ସୁଖଦ ଅନୁଭୂତି ସାଉଁଟିଲେ ଯାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ । ହାଓଡ଼ାରୁ ପୁରୀ ଆସି ପୁଣି ପ୍ରତ୍ୟାବର୍ତ୍ତନ କରିଛି ବନ୍ଦେ ଭାରତ ଏକ୍ସପ୍ରେସ। ମାତ୍ର ୬ଘଣ୍ଟା ୨୫ ମିନିଟରେ ହାଓଡ଼ା ଓ ପୁରୀ ମଧ୍ୟରେ ଦୂରତାକୁ ଅତିକ୍ରମ କରିଛି। ପୁରୀରେ ପହଞ୍ଚିବା ପରେ ଅପରାହ୍ନ ଗୋଟାଏ ୫୦ରେ ପୁଣି ହାୱଡା ଅଭିମୁଖେ ଯାତ୍ରା କରିଛି। ଏଥିରେ ବିମାନ ଯାତ୍ରା ଭଳି ସୁଖଦ ଅନୁଭୂତି ମିଳିଥିବା ଯାତ୍ରୀମାନେ କହିଛନ୍ତି। ସକାଳ ୬ଟା ୧୦ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ ହାଓଡାରୁ ବାହାରିଥିଲା। ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ରେଳ ଷ୍ଟେସନର ୨ନଂ ପ୍ଲାଟଫର୍ମରେ ପହଞ୍ଚିଥିଲା।

ଟ୍ରେନ ପହଞ୍ଚିବା ପରେ ଉପସ୍ଥିତ ବିଭାଗୀୟ କର୍ମଚାରୀ,ସାଧାରଣ ଲୋକ, ଯାତ୍ରୀ ଓ ପର୍ଯ୍ୟଟକ ଟ୍ରେନକୁ ସ୍ୱାଗତ କରିବା ସହ ଟ୍ରେନ ଭିତର ବୁଲି ଦେଖିଥିଲେ। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ସେମି ସ୍ପିଡ୍‌ ଟ୍ରେନରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା, ସୁଯୋଗ ରହିଛି। ।ପ୍ଲାଟଫର୍ମରେ ଏକ ଘଣ୍ଟା ୧୫ ମିନିଟ ରହିବା ପରେ ଅପରାହ୍ନ ଗୋଟାଏ ୫୦ମିନିଟରେ ଟ୍ରେନ ହାୱଡା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛି। ସାଧାରଣ ଟ୍ରେନ ଅପେକ୍ଷା ଏହି ଟ୍ରେନରେ ହାୱଡାକୁ ଯାତ୍ରା ସମୟ ଦୁଇ ଘଣ୍ଟା କମ ରହିଛି। ହାୱଡା ପରେ ବନ୍ଦେ ଭାରତ ଟ୍ରେନ ଖଡ଼ଗପୁର, ଭଦ୍ରକ,ଯାଜପୁର, କଟକ, ଭୁବନେଶ୍ଵର ଦେଇ ପୁରୀରେ ପହଞ୍ଚିଥିଲା। ପ୍ରତି ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୨ ମିନିଟ ରହିଥିଲା।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

15 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

30 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

43 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

43 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago