ନୂଆପଡ଼ା : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ । ନୂଆପଡ଼ା ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ କେହି ଦୁର୍ବୃତ୍ତ ବଡ଼ ପଥର ଖଣ୍ଡ ରଖି ଦେଇଥିଲା । ଲୋକୋ ପାଇଲଟଙ୍କ ଦେଖିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଟ୍ରେନ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ବିଶାଖାପାଟଣାରୁ ଦୁର୍ଗ ଅଭିମୁଖ ଯାଉଥିଲା । ନୂଆପଡ଼ା ଷ୍ଟେସନ ଫାଟକର ୧୦୦ ମିଟର ପୂର୍ବରୁ ଟ୍ରେନକୁ ଅଟକାଇ ଦେଇଥିଲେ ଲୋକୋ ପାଇଲଟ । ରେଳ ଧାରଣା ଉପରେ ପଥର ଥିବା ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ପ୍ରାୟ ୧ ଘଣ୍ଟା ପାଇଁ ଟ୍ରେନ୍ ଅଟକିଥିଲା । ନୂଆପଡ଼ା ଏସପି ପହଞ୍ଚି ରେଳ ବିଭାଗ କର୍ମଚାରୀଙ୍କ ସହାୟତାରେ ରେଳ ଧାରଣାରୁ ପଥରକୁ ହଟାଇଥିଲେ । ରେଳ ଧାରଣାରେ ପଥର କିଏ ଏବଂ କାହିଁକି ରଖିଥିଲା ସେନେଇ ତଦନ୍ତ କରୁଛି ପୋଲିସ ।