ନୂଆପଡ଼ା : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ । ନୂଆପଡ଼ା ରେଳ ଷ୍ଟେସନ ନିକଟ ରେଳ ଧାରଣାରେ କେହି ଦୁର୍ବୃତ୍ତ ଏକ ବଡ଼ ପଥର ରଖିଦେଇଥିଲା । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ । ଗତକାଲି ରାତି ପ୍ରାୟ ୧୦ଟାରେ ନୂଆପଡ଼ା ରେଲୱେ ଫାଟକର ୧୦୦ ମିଟର ପୂର୍ବରୁ ଟ୍ରେନ ଲାଇନ ଉପରେ ଏକ ପଥର ପଡିଥିଲା।
ବଡ଼ ପଥର ଦେଖି ଟ୍ରେନକୁ ଅଟକାଇ ଦେଇଥିଲେ ଲୋକୋ ପାଇଲଟ । ପରେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ପ୍ରାୟ ୧ ଘଣ୍ଟା ଧରି ଅଟକି ରହିଥିଲା ଟ୍ରେନ । ପରେ ଅନ୍ୟ ଟ୍ରାକରେ ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଖବରପାଇ ନୂଆ ଏସପି ଟିମ୍ ସହ ପହଂଚି ଟ୍ରେନ ଲାଇନରୁ ପଥର ହଟାଇବା ସହ ତଦନ୍ତ ଚଲାଇଛନ୍ତି ।