ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ବାଇପାସ୍‌ ନିର୍ମାଣ ପ୍ରତିବାଦ , ୨୪ ଘଣ୍ଟିଆ ବନ୍ଦ ଡାକରା

ବୌଦ୍ଧ(କେନ୍ୟୁଜ୍) : ଜୋର ଧରିଲା ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ବାଇପାସ୍‌ ନିର୍ମାଣ ଦାବି । ପ୍ରତିବାଦରେ ଆଜି ମନମୁଣ୍ଡାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବନ୍ଦ ରହିଛି ଦୋକାନବଜାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ । ଗାଡ଼ିମୋଟର ଚଳାଚଳ ଠପ୍‌ । ଅଭିଯୋଗ ହୋଇଛି, କଣ୍ଟାମାଳ ବ୍ଲକ ମନମୁଣ୍ଡା ମୁଖ୍ୟ ରାସ୍ତା ୫୭ ନମ୍ବର ଜାତୀୟ ରାଜପଥ ଦେଇ ଯାଇଛି ।

b12ପ୍ରତିଦିନ ଏହି ରାସ୍ତା ଦେଇ ଯାଆସ କରୁଛି ହଜାର ହଜାର ଗାଡ଼ିମୋଟର । ମନମୁଣ୍ଡାଠାରେ ଏହି ରାସ୍ତା ଅଣଓସାରିଆ ହୋଇଛି । ଫଳରେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖାଦେଉଛି । ୨୦୧୬ ମସିହାରେ ବାଇପାସ୍‌ ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ଜମି ଅଧିଗ୍ରହଣ ସମସ୍ୟା ଯୋଗ କାମ ଅଧପନ୍ତରିଆ ହୋଇ ପଡ଼ି ରହିଛି । ଅହେତୁକ ବିଳମ୍ବ ଓ ଦାବି ପୂରଣ ହେଉ ନଥିବାରୁ ଅଞ୍ଚଳବାସୀ ଆଜି ବନ୍ଦ ପାଳନ କରୁଛନ୍ତି ।