ଭୁବନେଶ୍ବର ଓ କଟକ ମାରୱାଡି ସମାଜ ତତଫରୁ ବନ୍ଧୁ ମିଳନ, ଯୋଗ ଦେଲେ ଓଡିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍

 ଭୁବନେଶ୍ବର :  ଭୁବନେଶ୍ବର ଓ କଟକ ମାରୱାଡି ସମାଜ ତତଫରୁ ବନ୍ଧୁ ମିଳନ । ମୂଖ୍ୟ ଅତିଥି ଭାବେ ଯୋଗ ଦେଲେ ଓଡିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ । ଭୁବନେଶ୍ବରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାମା ଫାଉଣ୍ଡେସନର ଅଧ୍ୟକ୍ଷ ଅଜୟ ଅଗ୍ରୱାଲଙ୍କ ପୌରୋହିତ୍ୟରେ ବିଭିନ୍ନ ଗୁଜୁରାତି ଓ ମାରୱାଡି ସମାଜ ପକ୍ଷରୁ ଭୁବନେଶ୍ବରର ବୁଦ୍ଧିଜୀବୀଙ୍କ ଗହଣରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଓଡିଶାରେ ରହଣି ସମୟରେ ରାଜ୍ୟପାଳଙ୍କ କାର୍ଯ୍ୟକୁ ସବୁ କର୍ମକର୍ତ୍ତାମାନେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇ ଗଣେଶୀ ଲାଲଙ୍କୁ ସମ୍ବର୍ଦ୍ଧନା କରିବା ସହ ତାଙ୍କର କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ ।