ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ବାଙ୍ଗିରିପୋଷି ତହସିଲ୍‌ଦାର

ବାଙ୍ଗିରିପୋଷି :  ମୟୁରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷି ତହସିଲଦାରଙ୍କୁ ଲାଞ୍ଚ ଗ୍ରହଣ କରିବା ନେଇ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀ ଗିରଫ କରିଛନ୍ତି । ଗିରଫ ତହସିଲଦାରଙ୍କ ନାମ ଅଭିମନ୍ୟୁ ପଣ୍ଡା । ଭିଜିଲାନ୍ସ ବିଭାଗକୁ ମିଳିଥିବା ସୂଚନାନୁଯାୟୀ ଶ୍ରୀ ପଣ୍ଡା ସାଙ୍ଗରେ ବହୁ ପରିମାଣର ଲାଞ୍ଚ ଅର୍ଥ ନେଇ ଯାଉଥିବା ଖବର ଭିଜିଲାନ୍ସ ବିଭାଗର ହସ୍ତଗତ ହୋଇଥିଲା ।

ଫଳରେ ଭିଜିଲାନ୍ସ ଟିମ୍‌ ଶ୍ରୀ ପଣ୍ଡାଙ୍କର ପିଛା କରିଥିଲେ । ଶ୍ରୀ ପଣ୍ଡା ବାଙ୍ଗିରିପୋଷିରୁ ବାଲେଶ୍ୱର ଏକ ଭଡ଼ା ବୋଲେରୋ ଗାଡ଼ିରେ ଯାଉଥିବା ବେଳେ ବାଲେଶ୍ୱର ସଦର ଥାନ ଅନ୍ତର୍ଗତ ନହରପାଟନା ଠାରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକାଇଥିଲେ । ତାଙ୍କ ପାଖରେ ଥିବା ୨ ଲକ୍ଷ ୫୬ ହଜାର ୫୦୬ ଟଙ୍କା ଜବତ କରିବା ସହ ତା’ର ହିସାବ ମାଗିଥିଲେ ।

tahasildar

ହେଲେ ଶ୍ରୀ ପଣ୍ଡା ରଖିଥିବା ଏତେଗୁଡ଼ିଏ ଟଙ୍କାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ବାଲେଶ୍ୱର ଭିଜିଲାନ୍ସ ଟିମ୍‌ ମୟୁରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ନାମରେ ଏକ ମାମଲା ରୁଜ କରି ତାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.