ରାଜ୍ୟ

ଜିମିଲା ଭୋଜି ଭାତର ଆସର, ବିବାହ ବନ୍ଧନରେ ବାନ୍ଧି ହେଲେ ବର ଓ ଓସ୍ତ ଗଛ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଏକ ନିଆରା ବିବାହ ଉତ୍ସବ ବୈଦିକ ରୀତିରେ ସମ୍ପନ୍ନ ହୋଇଯାଇଛି। ପଟୁଆରରେ ବର ପିତାଙ୍କ ସହ ବରଯାତ୍ରୀ ଆସିଥିଲେ, ଆଉ ସେମାନେ ପହଞ୍ଚିବା ପରେ କନ୍ୟା ପକ୍ଷ ମଧ୍ୟ ବରଯାତ୍ରୀଙ୍କୁ  ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଢେର ଚର୍ଚ୍ଚା ମଧ୍ୟ କରିଥିଲେ। ତେବେ ଉତ୍ସବରେ ବର କନିଆଙ୍କ ଦେଖା ମିଳି ନ ଥିଲା ।  ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ କିନ୍ତୁ ଏପରି  ନିଆରା ବାହାଘରକୁ ନେଇ ଲୋକେ ବହୁତ ଖୁସି ଥିଲେ।

ଏହି ବିବାହ ବର ଓସ୍ତ ଗଛ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଏଭଳି ଏକ ନିଆରା ବାହାଘର ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ମହିଳା ମହାବିଦ୍ୟାଳୟ ପରିସରରେ ଗତ ଛଅବର୍ଷ ପୂର୍ବରୁ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଏବଂ ଅଧ୍ୟାପିକା ଇନ୍ଦୁରେଖା ପଟ୍ଟନାୟକ ଗୋଟିଏ ସ୍ଥାନରେ ବରଗଛ ଓ ଓସ୍ତ ଗଛ ରୋପଣ କରିଥିଲେ। ଯତ୍ନର ସହ ଉଭୟ ଏହି ବୃକ୍ଷ ଦୁଇଟିକୁ ବଢ଼ାଇଥିଲେ । ପୌରାଣିକ ତଥ୍ୟ ଅନୁଯାୟୀ ଜୀବନରେ ବର ଓ ଓସ୍ତ ଗଛକୁ ବିବାହ ବନ୍ଧନରେ ବାନ୍ଧିଲେ ଗଛ ଲଗାଇଥିବା ବ୍ୟକ୍ତିଙ୍କ ମଙ୍ଗଳ ହେବା ସହ ସେହି ଅଞ୍ଚଳର ବିକାଶ ହୋଇଥାଏ।

ଏହି ବୃକ୍ଷଙ୍କ ବିବାହରେ ବର ଗଛଟି ବର ରୂପେ ଓ ଓସ୍ତ ଗଛକୁ କନ୍ୟା ରୂପେ ଗ୍ରହଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଶ୍ରୀ ଜେନା ଓ ଅଧ୍ୟାପିକା ଇନ୍ଦୁରେଖା ପଟ୍ଟନାୟକ ଉଭୟ ଗଛକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ମନସ୍ଥ କରି ଆଜି ଏହାରୁ ଶୁଭ ଦିନ ସ୍ଥିର କରିଥିଲେ । ବିବାହ ଉତ୍ସବ ପାଇଁ ସହରର ବିଭିନ୍ନ ବ୍ୟକ୍ତିଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇ ପୂର୍ବାହ୍ନରେ ବିଧିବିଧାନ ଅନୁଯାୟୀ ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରାଯାଇଥିଲା। ବର ପିତା ଶ୍ରୀ ଜେନା ଓ ତାଙ୍କ ସହଧର୍ମିଣୀ ମମତା ଜେନା ନିଜର ସମର୍ଥକ ଓ ବନ୍ଧୁବାନ୍ଧବଙ୍କ ସହ ଏକ ପଟୁଆରରେ କଲେଜ ପରିସରରେ ପହଞ୍ଚିବା ପରେ କନ୍ୟା ପିତା ସାଗର

ପଟ୍ଟନାୟକ ଏବଂ ତାଙ୍କ ସହଧର୍ମିଣୀ ଇନ୍ଦୁରେଖା ପଟ୍ଟନାୟକ ତାଙ୍କର ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁଙ୍କ ମେଳିରେ ବରଯାତ୍ରୀଙ୍କୁ ପାଛୋଟି ନେଇ ହିନ୍ଦୁଧର୍ମ ବିଧି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ବିବାହ ପରେ ଉଭୟ ବର ଓ କନ୍ୟାଙ୍କ ପକ୍ଷରୁ ନିମନ୍ତ୍ରିତ ଅତିଥିମାନେ ପ୍ରସାଦସେବନ କରିଥିଲେ । ମାଲକାନଗିରି ସଂସ୍କୃତି କଳା ପରିଷଦ ପକ୍ଷରୁ ଭଜନ ଓ ସଂକୀର୍ତ୍ତନ ସହ ଆତସବାଜୀ, ବାଦ୍ୟ, ବାଣ, ହୁଳହୁଳି, ହରିବୋଲ ଶଂଖ ନାଦରେ ପରିସରଟି ଉତ୍ସବ ମୁଖରିତ ହୋଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ପରିବାର ସହ ଉପସ୍ଥିତ ଥିଲେ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

23 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

32 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

35 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago