ଯାତ୍ରୀଙ୍କ ପାଇଁ ବିପଦ ବଢ଼ାଉଛି ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବାଣୀବିରୀ ଘାଟି

ଯାତ୍ରୀଙ୍କ ପାଇଁ ବିପଦ ପାଲଟୁଛି ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକର କୁଲୁରୁକୁମ୍ପା ପଞ୍ଚାୟତ ସ୍ଥିତ ବାଣୀବିରୀ ଘାଟି । ଦୈନଦିନ ଏହି ରାସ୍ତା ଉପରେ ହଜାର ହଜାର ଗାଡ଼ି ମଟର ଯିବା ଆସିବା କରେ । କାରଣ ଏହି ରାସ୍ତା ଖୋର୍ଦ୍ଧା – ବଲାଙ୍ଗୀର ର ମୁଖ୍ୟ ରାସ୍ତା । ତେବେ ଏହି ରାସ୍ତାରେ ଥିବା ବାଣୀବିରି ଘାଟି ଉପରୁ ଆଜି ମାଟି ଅତଡ଼ା ଖସି ଯାତ୍ରୀଙ୍କ ପାଇଁ ଭୟ ସୃଷ୍ଟି କରିଛି ।  ବିପଦ ଜନକ ଭାବରେ ଗାଡ଼ିମଟର ଏହି ରାସ୍ତା ମଧ୍ୟ ଦେଇ ଯିବା ଆସିବା କରୁଛି ।

ତେବେ ଗତ କିଛିଦିନ ହେବ ଲଗାଣ ବର୍ଷା ହେତୁ ମାଟି ଧୋଇହୋଇ ରାସ୍ତାକୁ ମାଟି ଅତଡ଼ା ଖସିବା ସହ ପଥର ମଧ୍ୟ ଖସୁଥିବା ଶୁଣିବାକୁ ମିଳିଛି ।  ବାଣୀବିରି ଘାଟିର ୨ ପାର୍ଶ୍ବରେ ଜାତୀୟ ରାଜପଥ ବିଭାଗ ତରଫରୁ ୨ଟି ସଚେତନତା ମୂଳକ ବୋର୍ଡ ଲଗାଇବା ପାଇଁ ସାଧାରଣ ରେ ଦାବି ଉଠିଛି । ତତ୍ ସହିତ ଯଦି ଆଗାମୀ ଦିନରେ ପୁଣି ଏଭଳି ଭାବରେ ଲଗାଣ ବର୍ଷା ଲାଗିରହେ ତେବେ ରାସ୍ତା ଅବରୋଧ ହେବା ସହିତ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.