Categories: ରାଜ୍ୟ

ଧର୍ମଶାଳା ବାଣୀପୀଠର ଅନୁଷ୍ଠିତ ହେଲା ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ର ସଂସଦର ବାର୍ଷିକୋତ୍ସବ

ଯାଜପୁର (କେନ୍ୟୁଜ): ୧୯୪୭ ମସିହାରେ ପ୍ରତିଷ୍ଠା ହୋଇଥିଲା ଯାଜପୁରର ଜିଲ୍ଲା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଧର୍ମଶାଳା ବାଣୀପୀଠ । ଯେଉଁ ମସିହାରେ ଦେଶ ସ୍ୱାଧୀନ ଲାଭ କରିଥିଲା । ଏହି ଶିକ୍ଷାନୁଷ୍ଠାନର ଇତିହାସ ଓ ଭାରତ ବର୍ଷର ଇତିହାସର ମଧ୍ୟରେ ସାମଂଜସ୍ୟ ରହିଛି । ଏଣୁ ଏହି ଅନୁଷ୍ଠାନ ସମଗ୍ର ଅଂଚଳ ପାଇଁ ଆଲୋକବର୍ତିକା ସଦୃଶ ପାଲଟିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଧର୍ମଶାଳା ବାଣୀପୀଠ ପ୍ରତିଷ୍ଠା ଦିବସ ସହ ପୁରାତନ ଛାତ୍ର ସଂସଦର ବାର୍ଷିକୋତ୍ସବ ଆଜି ବାଣୀପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦର ସଭାପତି ଡା. ବିଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ବିଶିଷ୍ଟ ବିଦ୍ୱାନ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।

ଏଥିସହ ସମାଜରେ ଜାତି ଧର୍ମକୁ ନେଇ ଚାଲିଥିବା ବିବାଦକୁ ଭୁଲି ଆମେ ସମସ୍ତେ ଇଶ୍ୱରର ସନ୍ତାନ ବୋଲି ଭାବି ସମାଜର ହିତ ପାଇଁ କାମ କରିବା ଉଚିତ୍ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ଡ. ବିଜୟାନନ୍ଦ ସିଂ ଯୋଗଦେଇ ଅନୁଷ୍ଠାନର ଗରିମାମୟ ଇତିହାସକୁ ବଖାଣିଥିଲେ । ଏହି ଅବସରରେ ସଂସଦର ବାର୍ଷିକ ମୁଖପତ୍ର ‘ବାଣୀବିତାନ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଏଥିସହ ପୁରାତନ ଶିକ୍ଷକ ଛାୟାପତି ଜେନା, ଦିନବଂଧୁ ରାଉତ, ସୀତାକାନ୍ତ ବିଶ୍ୱାଳ ଏବଂ ପୁରାତନ ଛାତ୍ର ଗୈାରାଙ୍ଗ ଚରଣ ପାତ୍ର, ଜଗବଂଧୁ ସ୍ୱାଇଁ, ଭିକାରୀ ଚରଣ ଚନ୍ଦ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଆକାଂକ୍ଷା ନାୟକ ଓ ଛାତ୍ର ଦେବାଶିଷ ମହାନ୍ତିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବହୁ ପୁରାତନ ଛାତ୍ର ଯୋଗଦେଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago