ଋଣ ଆଣି ଟଙ୍କା ନସୁଝିବା ପଡ଼ିଲା ମହଙ୍ଗା: ହୋଟେଲ ଭିତରେ ମାଲିକ ଓ କର୍ମଚାରୀଙ୍କୁ ରଖି ବହାରୁ ତାଲା ପକାଇଲା ବ୍ୟାଙ୍କ

ଭୁବନେଶ୍ବର(କେନ୍ୟୁଜ୍): ହୋଟେଲ ଭିତରେ ମାଲିକ ଓ କର୍ମଚାରୀ । ବାହାରୁ ତାଲା ପକାଇଲା ବ୍ୟାଙ୍କ । ଋଣ ଆଣି ଟଙ୍କା ନସୁଝିବା ମହଙ୍ଗା ପଡ଼ିଲା । ବାଲକୋନୀରେ ଛିଡ଼ା ହୋଇ ଉଦ୍ଧାର କରିବାକୁ ନେହୁରା ହେଲେ କର୍ମଚାରୀ । ଭୁବନେଶ୍ୱରର ଇନ୍‌ଫୋସିଟି କ୍ୟାମ୍ପସ ପରିସରରେ ଥିବା ବିଜେଏସ୍‌ ବାଇଦ ୱେରେ ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଥିଲା । ୪ ଘଣ୍ଟାରୁ ଅଧିକ ସମୟ ହୋଟେଲ ଭିତରେ ରହିବା ପରେ ଶେଷରେ ଉଦ୍ଧାର ହୋଇଥିଲେ ସମସ୍ତ କର୍ମଚାରୀ ।

ଅଭିଯୋଗ ହୋଇଛି, ଋଣ ନେଇ ଟଙ୍କା ନେଇ ନସୁଝିବାରୁ ହୋଟେଲକୁ ସିଲ କରିଥିଲା ବ୍ୟାଙ୍କ । ହୋଟେଲ ପାଇଁ ୨୦୧୪ରେ ଟଙ୍କପାଣି ରୋଡସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ୪କୋଟି ୬୭ଲକ୍ଷ ଟଙ୍କା ଲୋନ ଆଣିଥିଲେ ହୋଟେଲ ମାଲିକ ସମରେନ୍ଦ୍ର ପରିଜା । କିନ୍ତୁ ଟଙ୍କା ପରିଶୋଧ ପରିମାଣ ସୁଧ ସହ ୬କୋଟି ୨୧ହଜାର ଟଙ୍କାକୁ ବଢିଯାଇଥିଲା।

ଶେଷରେ ସନ୍ଧ୍ୟା ୫ଟାରେ ବ୍ୟାଙ୍କ କର୍ତ୍ତୃପକ୍ଷ ହୋଟେଲକୁ ସିଲ କରିଦେଇଥିଲେ । ହୋଟେଲ କର୍ମଚାରୀ ଭିତରେ ଥିବା ବେଳେ ଏହାକୁ ସିଲ କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସିଲ୍‌ ଖୋଲିବା ପରେ ସମସ୍ତ ବାହାରକୁ ବାହାରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.