ଫେଲ୍ ମାରିଲା ବ୍ୟାଙ୍କ ଲୁଟ୍ ଉଦ୍ୟମ : ସାଇରନ୍ ବାଜିବାରୁ ଦୌଡି ପଳାଇଲେ ଡକାୟତ

ସମ୍ବଲପୁର (କେନ୍ୟୁଜ୍) : ସାଇରନ୍ ବାଜିବାରୁ ଦୌଡି ପଳାଇଲେ ଡକାୟତ। ସମ୍ବଲପୁର ଜମନକିରା ଷ୍ଟେଟ ବ୍ୟାଙ୍କରୁ ଗତକାଲି ରାତିରେ ଡକାୟତମାନେ ଲୁଟ୍ ଉଦ୍ୟମ କରିଥିଲେ। ଏହି ସମୟରେ ସାଇରନ୍ ବାଜିବାରୁ ଡକାୟତମାନେ ବ୍ୟାଙ୍କ ପଠପଟ ଝରକା ଭାଙ୍ଗି ଫେରାର ହୋଇଯାଇଥିଲେ। CCTV ତାରକୁ ମଧ୍ୟ ସେମାନେ କାଟି ଦେଇଛନ୍ତି। ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଲୁଟ୍ ଚାଲିଛି।