ରେଳ ଧାରଣାରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ରେ କଟି ଜଣକର ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ୪୫ ମିନିଟ୍‌ରେ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଆଗରେ ଏହି ଅଘଟଣ ଘଟିଛି । ମୃତକଙ୍କ ନିକଟରୁ ମିଳିଥିବା ଆଧାର କାର୍ଡ଼ ଏବଂ ଡ୍ରାଇଭିଂ ଲାଇସେନ୍‌ସରୁ ତାଙ୍କ ପରିଚୟ ମିଳିଛି । ତାଙ୍କ ନାଁ ହେଉଛି ଯୁଗଳ କିଶୋର ରାଉତ । ବାପାଙ୍କ ନାମ ଚନ୍ଦ୍ରଭାନୁ ରାଉତ । ବୟସ ୩୩ ବର୍ଷ । ଠିକଣାରେ ଭୁବନେଶ୍ୱର ନିରୂପମା ଆପାର୍ଟମେଣ୍ଟ ଲେଖା ଯାଇଛି । ତେବେ ତାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଚିକିଟି କେ. ନୂଆଗାଁ ବୋଲି ଜଣାପଡ଼ିଛି । ତେବେ ସେ ଭୁବନେଶ୍ୱର ମଧୁସୂଦନ ନଗରରେ ରହୁଥିଲେ ଏବଂ କୋଅପରେଟିଭ୍‌ ବ୍ୟାଙ୍କର ମ୍ୟାନେଜର ବୋଲି ଜଣାପଡ଼ିଛି ।

JUGAL-2JUGAL-3

ବାଣୀବିହାର ଏବଂ ଭୁବନେଶ୍ୱର ଷ୍ଟେସନ୍‌ ମଝିରେ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ରେଳବାଇ ପୋଲିସ୍‌ ପକ୍ଷରୁ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଯୁଗଳ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

 

 

Leave A Reply

Your email address will not be published.