ପଣ୍ଡ ହେଲା ବ୍ୟାଙ୍କ ଲୁଟ ଉଦ୍ୟମ, ଷ୍ଟ୍ରଙ୍ଗ ରୁମରେ ଥିବା ବାକ୍ସଗୁଡିକୁ ଭାଙ୍ଗିଛନ୍ତି

ସୋର : ପଣ୍ଡ ହେଲା ବ୍ୟାଙ୍କ ଲୁଟ ଉଦ୍ୟମ ।  ବ୍ୟାଙ୍କର କ୍ୟାସ ଟ୍ରେଜେରୀ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହେଲେ ଲୁଟେରା । ବାଲେଶ୍ବର ଜିଲ୍ଲା ସୋର ଥାନା ଅନନ୍ତପୁର ବଜାରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି। ଶନିବାର, ରବିବାର ଓ ସୋମବାର ତିନିଦିନ ଧରି ଛୁଟି ରହିଥିଲା। ଆଜି କିଛି ଗ୍ରାମବାସୀ ବ୍ୟାଙ୍କର ପଛ ଝର୍କା ଭଙ୍ଗା ଥିବା ଲୋକ ଦେଖି ଶାଖା ପରିଚାଳକ ଶଶିକାନ୍ତ ନାୟକଙ୍କୁ ଖବର ଦେଇଥିଲେ।

ଲୁଟେରାମାନେ ବ୍ୟାଙ୍କ ଝର୍କା ଓ ଲୁହା ଗ୍ରୀଲ କାଟି ଭିତରେ ମଧ୍ୟରେ ପଶିଥିଲେ ମଧ୍ୟ କ୍ୟାସ ଟ୍ରେଜେରୀ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଷ୍ଟ୍ରଙ୍ଗ ରୁମରେ ଥିବା ବାକ୍ସ ଗୁଡିକୁ ଭାଙ୍ଗି ଦେଇଛନ୍ତି। ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ନିଜ ବନ୍ଧୁକକୁ ବ୍ୟାଙ୍କ ଭିତରେ ରଖିଥିବା ବେଳେ ଲୁଟେରାମାନେ ବନ୍ଧୁକକୁ କିନ୍ତୁ ଛାଡି ପଳାଇଛନ୍ତି। ବ୍ୟାଙ୍କର ସିସିଟିଭିର ହାର୍ଡ ଡିସ୍କ ଭାଙ୍ଗି ନେଇ ପଳାଇଛନ୍ତି। ଶାଖା ପରିଚାଳକଙ୍କ ଲିଖିତ ଅଭିଯୋଗ ପରେ ଅନନ୍ତପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି ।