ବରଗଡ଼ : ବରଗଡ଼ : ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ , ତିନି ଅଭିଯୁକ୍ତ ଗିରଫ । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତଙ୍କୁ ଗିରଫ କଋଛି ଅତାବିରା ପୋଲିସ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ଉଦ୍ୟମ ପଣ୍ଡ ହୋଇଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଅତାବିରା ପୋଲିସ । ଚୋରି ଉଦ୍ୟମ ବେଳେ ୩ ଜଣ ଦୁର୍ବୃତ୍ତଙ୍କୁ ପୋଲିସ କାବୁ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ବ୍ୟାଙ୍କ ଭିତରେ ପଶି ସମସ୍ତ କାଗଜ ପତ୍ର ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଜାରି ରହିଛି ।