୨୦୧୯ ସୁଦ୍ଧା ରାଜ୍ୟର ସବୁ ପଂଚାୟତରେ ପହଞ୍ଚିବ ବ୍ୟାଙ୍କ ସେବା

bankଭୁବନେଶ୍ବର:  ରାଜ୍ୟର ସବୁ ପଂଚାୟତରେ ୨୦୧୯ ସୁଦ୍ଧା ପହଞ୍ଚିବ ବ୍ୟାଙ୍କ ସେବା। ଋଣ ପ୍ରଦାନ କ୍ଷେତ୍ରରେ କୃଷି ଏବଂ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ୧୫୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା। ମୁଦ୍ରା ଋଣ କ୍ଷେତ୍ରରେ ଶିଶୁ ଯୋଜନା ଟାର୍ଗେଟ୍ ପୂରଣ କରିଥିବାବେଳେ କିଶୋର ଓ ତରୁଣ ଯୋଜନାକୁ ତ୍ୱରାନ୍ଵିତ କରିବାକୁ ବ୍ୟାଙ୍କର୍ସମାନଙ୍କୁ ପରାମର୍ଶ ଦେଇଛନ୍ତି ଅର୍ଥମନ୍ତ୍ରୀ। ଏବଂ ଏହି ବୈଠକରେ ଅଣୁ, ଯୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମଏସଏମଇ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି।

bankବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବ୍ୟାଙ୍କରେ ମୋଟ ୨୧୮ଟି ସ୍ୱତନ୍ତ୍ର ଏମଏସଏମଇ ବ୍ରାଞ୍ଚ ରହିଛି। ଏହି ବ୍ରାଞ୍ଚ ଗୁଡିକ ପ୍ରଧାନମନ୍ତ୍ରୀ ଗ୍ରାମୀଣ ରୋଜଗାର ଯୋଜନା ଜରିଆରେ ଅଧିକରୁ ଅଧିକ ଯୁବକ ଓ ଯୁବତୀଙ୍କୁ ଋଣ ପ୍ରଦାନ କରିବାକୁ ବ୍ୟାଙ୍କର୍ସମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି କାଯ୍ୟକ୍ରମରେ କେନ୍ଦ୍ର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦେବାଶିଷ ପଣ୍ଡାଙ୍କ ସହ ୨୦ଟି ବ୍ୟାବସାୟିକ ବ୍ୟାଙ୍କର୍ସ ମଧ୍ୟ ଯୋଗ ଦେଇଥିଲେ ।

 

You might also like