ସୋମବାରରୁ ଅଫଲାଇନ୍‌ ମୋଡରେ ପୁରୀରେ ଆରମ୍ଭ ହେବ ବ୍ୟାଙ୍କସେବା

ପୁରୀ(କେ ନ୍ୟୁଜ୍‌): ସୋମବାରରୁ ପୁରୀରେ ଆରମ୍ଭ ହେବ ବ୍ୟାଙ୍କସେବା । ଅଫଲାଇନ୍‌ ମୋଡରେ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ । ସଚିବାଳୟରେ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବା SLBC କମିଟି ବୈଠକରେ ବ୍ୟାଙ୍କ ସେବା ସ୍ୱାଭିବକ ନେଇ ଆଲୋଚନା ହୋଇଥିଲା । ବାତ୍ୟା ଫନି ପରେ ପୁରୀ ବ୍ୟତୀତ ଅନ୍ୟ ସବୁ ଜିଲ୍ଲାରେ ବ୍ୟାଙ୍କ ସେବା ସ୍ୱଭାବିକ ହେଲାଣି । ପୁରୀରେ ମୋବାଇଲ ଭ୍ୟାନରେ ବ୍ୟାଙ୍କସେବା ଯୋଗାଯାଉଛି । ୫ଟି ମୋବାଇଲ ଭ୍ୟାନ୍‌ ପଠାଇଛି । ବିଶେଷକରି ଭିସାଟ କନେକଟିଭିଟ ଦ୍ୱାରା ଗ୍ରାହକଙ୍କୁ ବ୍ୟାଙ୍କ ସେବା ଯୋଗାଇବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛିା ଏହାସହ ଇନସୁରାନସ କ୍ଲେମ ସେଟେଲମେଣ୍ଟ କରାଯିବା ସହ କେରଳ ଫ୍ଲଡ ମଡେଲ ଅନୁସାରେ ଋଣ ନେଇ ବିଚାର କରାଯିବ । ବୈଠକରେ ଅର୍ଥ ସଚିବ, RBI ଡେପୁଟି ଗଭର୍ଣ୍ଣର, SBI ସିଜିଏମ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.