ବାଙ୍କୀ ଓସ୍ତିଆ କୋଅପରେଟିଭ ସୋସାଇଟି ସମ୍ପାଦକ ଗିରଫ, ୫୯ ଜଣ ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗ

ବାଙ୍କୀ : ବାଙ୍କୀ ଓସ୍ତିଆ କୋଅପରେଟିଭ ସୋସାଇଟି ସମ୍ପାଦକ ଗିରଫ । ବ୍ୟାଙ୍କ ଋଣ ଟଙ୍କା ଆଦାୟ କରି ହଡ଼ପ ଅଭିଯୋଗରେ ଶ୍ରୀନିବାସ ମନ୍ତ୍ରୀ ଗିରଫ । ଗିରଫ କଲା ଓଡିଶା ଭିଜିଲାନ୍ସ । ୧୧ ଲକ୍ଷ ୮୩ ହଜାର ଟଙ୍କା ଆଦାୟ କରି ବ୍ୟାଙ୍କରେ ଜମା ଦେଇ ନଥିଲେ । ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଋଣ ଦେଇଥିଲା ବିଭିନ୍ନ ଚାଷୀଙ୍କୁ । ଚାଷୀଙ୍କ ଆଦାୟ ଟଙ୍କା ଦୈନିକ ରେଜିଷ୍ଟ୍ରରରେ ଉଲ୍ଲେଖ କରି ନଥିଲେ ସମ୍ପାଦକ । ଚାଷୀମାନେ ଏ ସମ୍ପର୍କରେ ଜାଣିବା ପରେ ଭିଜିଲାନ୍ସକୁ ଜଣାଇଥିଲେ । ୫୯ ଜଣ ଚାଷୀଙ୍କ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇ ପାରେ ବୋଲି ଭିଜିଲାନ୍ସର ସୂଚନା ।