ବାଙ୍କୀ ରାଜନୈତିକ ହତ୍ୟା ମାମଲା, ୯ ଜଣଙ୍କୁ ଆଜୀବନ ସଜା ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍

ବାଙ୍କୀ : ୨୦୨୦ରେ ବାଙ୍କୀ ରାଜନୈତିକ ହତ୍ୟା ମାମଲାରେ ୯ ଜଣଙ୍କୁ ଆଜୀବନ ସଜା ।  ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଶୁଣାଇଲେ କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଓପିଆଇଡି କୋର୍ଟ ଜଜ । ହତ୍ୟାକାଣ୍ଡ ଘଟଣାରେ ୯ ଜଣ ଅଭିଯୁକ୍ତ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ମୃତକ ଥିଲେ ନଣ୍ଡା ଓରଫ ଗୋବିନ୍ଦ ବେହେରା ।

ଅଭିଯୁକ୍ତ ମାନେ ବୋମା ପକାଇ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲେ ।  ଏହି ଘଟଣାରେ ୧୨ ଜଣ ଅଭିଯୁକ୍ତ ଥିଲେ ।  ୨ ଜଣ ଆରମ୍ଭରୁ ଫେରାର ଥିବା ବେଳେ ଶୁଣାଣି ବେଳେ ଜଣେ ଫେରାର ହୋଇ ଯାଇଥିଲେ ।  ୨୦୨୦ ଅକ୍ଟୋବର ୨୪ ତାରିଖରେ ବାଙ୍କୀ ଘୋଳପୁର ଛକରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ସମସ୍ତ ଦୋଷୀ ମୃତ୍ୟୁ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବା ସହିତ ୬୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  ଜରିମାନା ଆଦାୟ ଟଙ୍କା ମୃତକଙ୍କ ବିଧବା ପତ୍ନୀଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

You might also like