ବାଙ୍କୀ ରାଜନୈତିକ ହିଂସାର ସିସିଟିଭି ଭିଡିଓ :ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ; ଘରେ ପଶି ବାଇକ ଭାଙ୍ଗିବାର ଦୃଶ୍ୟ କ୍ୟାମେରାରେ କଏଦ

ବାଙ୍କୀ (କେନ୍ୟୁଜ୍): ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା କାଳିପୋଇ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ପଞ୍ଚାୟତ ନିର୍ବାଚନକୁ ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଘରେ ପଶି ବାଇକ ଭଙ୍ଗାରୁଜା କରିବା ସହ ଲୁଟ୍‌ ଉଦ୍ୟମ କରିଥିବା ନେଇ ବୈଦେଶ୍ୱର ଥାନାରେ ଅଭିଯୋଗ ହୋଇଛି ।

ତେବେ ପୋଲିସ ବିଳମ୍ବରେ ପହଞ୍ଚିବାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ପରିବାର । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପଞ୍ଚାୟତ ନିର୍ବାଚନ ପରଠାରୁ ଏହି ପଞ୍ଚାୟତରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.