ମଧ୍ୟାନ୍ନ ଭୋଜନ ଦୁର୍ନୀତି ଅଭିଯୋଗରେ ବାଙ୍କୀ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ନିଲମ୍ବିତ

ବାଙ୍କୀ: କଟକ ଜିଲ୍ଲା ବୈଦେଶ୍ୱର ପଞ୍ଚାୟତର କୋଟ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପ୍ରକାଶ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି । କଟକ ଏମଡିଏମ ବା ଅତିରିକ୍ତ ଜିଲ୍ଲାପାଳ  ଚାଉଳ ଚୋରି ସହିତ ଅନିୟମିତତା ଅଭିଯୋଗର ତଦନ୍ତ କରିବା ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି  । ପରେ ଏ ସମ୍ପର୍କରେ ବାଙ୍କୀ ବିଇଓ ସୂଚନା ଦେଇଛନ୍ତି । ନିକଟରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ଗାଁ ଲୋକେ ସ୍କୁଲ ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ସଂପର୍କିତ ଖବର ଗଣ ମାଧ୍ୟମରେ  ପ୍ରସାରଣ ପରେ ବିଇଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସ୍କୁଲର ପ୍ରଧାନଶିକ୍ଷକ ପ୍ରକାଶ ମହାପାତ୍ରଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.