ଲକଡାଉନ୍‌ ଥିବା ୪ ଜିଲ୍ଲାରେ ସକାଳ ୮ରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ

କେନ୍ୟୁଜ (ବ୍ୟୁରୋ) : ଲକଡାଉନ୍‌ ଥିବା ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସକାଳ ୮ରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ପାଇଁ ସକାଳ ୮ରୁ ଦିନ ୧ଟା ଯାଏ ବ୍ୟାଙ୍କ ସେବା ମିିଳିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲାରେ ପାଇଁ ଲାଗୁ ହେବ ଏହି ନିୟମ । ୫୦ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ କାମ ଚାଲିବ । ବ୍ୟାଙ୍କରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କର୍ମଚାରୀ ଓ ଗ୍ରାହକ ସମସ୍ତେ ମାସ୍କ ପିନ୍ଧିବେ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦଶନାମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.