ଓଡ଼ିଶାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ

କେନ୍ୟୁଜ୍ : ଓଡ଼ିଶାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ । ଜଷ୍ଟିସ ଏମ. ଶର୍ମାଙ୍କ ଅଧ୍ୟକ୍ଷତାରେ ଆସିଥିବା ୩ ଜଣିଆ ସଦସ୍ୟ ଓଡ଼ିଶାରେ ବଂଶଧାରା ଅବବାହିକାରେ ଥିବା ଗ୍ରାମଗୁଡ଼ିକ ଗସ୍ତ କରିଛନ୍ତି । ପ୍ରଥମେ କାଶୀପୁର ବ୍ଲକର ଗାଁ ଗସ୍ତ କରିଛନ୍ତି ଟିମ୍। ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ଗତକାଲି ଟ୍ରିବ୍ୟୁନାଲ ସଦସ୍ୟ ଆନ୍ଧ୍ରରେ ବଂଶଧାରା ଅବବାହିକା କାଟ୍ରାଗଡ଼ ଓ ନେରେଡିରେ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ। ଟ୍ରିବ୍ୟୁନାଲଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଧ୍ର ସରକାର ପ୍ରକଳ୍ପ କାର୍ୟ୍ୟ ନିର୍ମାଣ ଜାରି ରଖିଥିଲେ । ଗତ ଅଗଷ୍ଟ ୧୫ତାରିଖରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କାଟ୍ରାଗଡ଼ ପ୍ରକଳ୍ପରୁ ପରୀକ୍ଷାମୂଳକ ଭାବେ ବଂଶଧାରା ଜଳ ସଂରକ୍ଷଣର ଶୁଭାରମ୍ଭ କରିଥିଲେ । ବଂଶଧାରା ଜଳ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ୧୯୬୧ରୁ ବିବାଦ ଲାଗି ରହିଛି ।