ଦୁଇଟି ଜାଗାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ: କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବିବୃତ୍ତିକୁ ବାର ଆସୋସିଏସନର ବିରୋଧ

କଟକ(କେନ୍ୟୁଜ୍):ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କର ଏକ ଦୈନିକ ଇଂରାଜୀ ଖବର କାଗଜରେ ପ୍ରକାଶିତ ବିବୃତ୍ତିକୁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି। ୧୮ ତାରିଖରେ ହାଇକୋର୍ଟ ବାର ଆସୋସିଏସନର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ରେ ଏହାକୁ ବାର ଆସୋସିଏସନ କର୍ମକର୍ତ୍ତା ମାନେ ବିରୋଧ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ ୬୦୦ କିଲୋମିଟର ପରିଧି ମଧ୍ୟରେ ହାଇକୋର୍ଟଙ୍କର ବେଞ୍ଚ ରହି ପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ହାଇକୋର୍ଟ କଟକରେ ସ୍ଥାପିତ ହୋଇଥିବା ବେଳେ ବେଞ୍ଚ ର କୌଣସି ଆବଶ୍ୟକତା ରହିନଥିବା ବାର ପକ୍ଷରୁ କୁହାଯାଇଛି। ଜଷ୍ଟିସ ଆଟ ଡୋର ଷ୍ଟେପ ବା ନ୍ୟାୟ ଲୋକଙ୍କ ନିକଟରେ ପହଁଚିବା କଥା। ସେଥିପାଇଁ ପ୍ରତ୍ୟେକ ବ୍ଲକରେ କୋର୍ଟ ସ୍ଥାପନ କରାଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ କହିଛି। ଏହା ସହ ହାଇକୋର୍ଟକୁ ମହକିଲ ଆସିବା ଆବଶ୍ୟକତା ନ ଥାଏ। ଏବଂ ଓକିଲମାନେ କୌଣସି ଉପାନ୍ତ ଗ୍ରାମାଞ୍ଚଳରେ ଥାଇ କିମ୍ବା ଲଣ୍ଡନରେ ଥାଇ ମଧ୍ୟ ଭର୍ଚୁଆଲରେ କୋର୍ଟ କାର୍ଯ୍ୟ କରି ପାରୁଛନ୍ତି।

ଏ ସଂକ୍ରାନ୍ତରେ ବାର ପକ୍ଷରୁ ଖୁବଶୀଘ୍ର ଏକ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।ଏହି କମିଟି ହାଇକୋର୍ଟ ମୁଖ୍ୟ ବିଚାରପତି ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ ବୋଲି ହାଇକୋର୍ଟ ବାର ସମ୍ପାଦକ ଆଲୋକ ପ୍ରସାଦ ନନ୍ଦ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.