ବନ୍ଦ ଘରୁ ମିଳିଲା ବାର ଡ୍ୟାନ୍ସରଙ୍କ ମୃତଦେହ
ଭୁବନେଶ୍ୱର(କେନିୟୁଜ) : ପୁଣି ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଅଘଟଣ। ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ, ଘର ଚଣ୍ଡୀଗଡ଼। କଟକ ରୋଡର ଏକ ଡ୍ୟାନ୍ସ ବାର ରେ କାମ କରୁଥିଲେ ଯୁବତୀ ଜଣଙ୍କ । କେଉଁ ପରିସ୍ଥିତି ରେ ମୃତ୍ୟୁ ହୋଇଥିଲା ସେ ନେଇ କମିଶନରେଟ ପୋଲିସ ତଦନ୍ତ କରୁଛି ।
ଆଜି ସକାଳେ ଯୁବତୀ ଜଣଙ୍କ କବାଟ ନ ଖୋଲିବାରୁ ଅନ୍ୟ ଯୁବତୀମାନେ ତାଙ୍କ ରୁମର କବାଟ ବାଡେଇଥିଲେ । ପରେ ବିଲ୍ଡିଂ ମ୍ୟାନେଜର ପାହାଳ ପୋଲିସଙ୍କୁ ଖବର ଦେଇଥିଲେ । ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୋଲିସ ।