ଭୁବନେଶ୍ୱର: ବାର ଗର୍ଲ ଉପରେ କଟକଣା । ବାରରେ ନାଚି ପାରିବେନି ଯୁବତୀ । କଟକଣା ଜାରି କଲା ଅବକାରୀ ବିଭାଗ । ବାର ଗର୍ଲକୁ ନେଇ ନିର୍ଯାତନା ଓ ଗଣ୍ଡଗୋଳକୁ ନେଇ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି ।
ଯେଉଁମାନେ ନିୟମ ଉଲଂଘନ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ କହିଛି । ଏହାକୁ ବିରୋଧ କରି ଆଜି ବିଜେବି ନଗର ଏକ୍ସସାଇଜ ସୁପରିଟେଡେଣ୍ଟ ଙ୍କ ଅଫିସରେ ପହଂଚିଥିଲେ ଶହ ଶହ ବାର ଗର୍ଲ ।
ପୁଣି ଥରେ ଡ୍ୟାନ୍ସ ବାର ଖୋଲା ଯାଉ ଦାବି କରିଥିଲେ । ଦୀର୍ଘ ୬ ମାସ ହେବ ଡ୍ୟାନ୍ସ ବାର ବନ୍ଦ ହେବା ଯୋଗୁଁ ସେମାନେ ବେରୋଜଗାର ହୋଇପଡିଥିବା କହିଛନ୍ତି ବାରଗାର୍ଲ । ଭୁବନେଶ୍ୱରର ୧୭ଟି ବାରରେ ଥିବା ବାର ଗାର୍ଲ୍ ସଂଖ୍ୟା ପ୍ରାୟ ୧୫୦। ସେମାନଙ୍କ ଉପରେ ତାଙ୍କ ପରିବାର ୫ହଜାର ଲୋକ ନିର୍ଭର କରୁଛନ୍ତି ।